ଓଡିଶା

odisha

By

Published : Dec 4, 2019, 8:09 AM IST

ETV Bharat / city

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ନ୍ୟାୟ ଦାବିରେ ଯାଜପୁର ଓ ଭଦ୍ରକରେ କ୍ୟାଣ୍ଡେଲ ଶୋଭାଯାତ୍ରା

ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କ ଆତ୍ମାର ସଦ୍‌ଗତି, ପରିବାରକୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ସର୍ବୋଚ୍ଚ ଦଣ୍ଡ ଦାବିର ଭଦ୍ରକ ଓ ଯାଜପୁରରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

candle
candle

ଭଦ୍ରକ/ ଯାଜପୁର: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସାରା ଦେଶ ନିନ୍ଦା କରୁଛି । ତେବେ ଏହି ଘଟଣାର ପ୍ରତିବାଦ ଭଦ୍ରକରେ ମଧ୍ୟ ଦେଖିବାକୁ ମିଳିଛି । ମୃତ ଡାକ୍ତରାଣୀଙ୍କ ଆତ୍ମାର ସଦ୍‌ଗତି, ପରିବାରକୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ସର୍ବୋଚ୍ଚ ଦଣ୍ଡ ଦାବିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ସ୍ଥାନୀୟ ଶତାଧିକ ଯୁବକ ଯୁବତୀ ମାନଙ୍କ ସହିତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

ଯାଜପୁର ଓ ଭଦ୍ରକରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସେହିପରି ଯାଜପୁର ବ୍ୟାସନଗରରେ ସ୍ଥାନୀୟ କିନ୍ନର ସଂଘ ପକ୍ଷରୁ ମଧ୍ୟ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କିନ୍ନର ମାନେ ହାତରେ କ୍ୟାଣ୍ଡେଲ ଧରି ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଗୋପବନ୍ଧୁ ଛକରେ ପହଞ୍ଚିଥିଲେ । ସେଠାରେ କିନ୍ନରମାନେ ହାଇଦ୍ରାବାଦରେ ଘଟଣାକୁ ନିନ୍ଦା କରିବା ସହ ପୀଡିତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାଥର୍ନା କରିଥିଲେ । ଏଥିସହ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ କିନ୍ନର ମାନେ ଦାବି କରିଛନ୍ତି । ଏଥିସହ ପୁରୀରେ ଘଟିଥିବା ଦୁଷ୍କର୍ମ ଘଟଣାର ମଧ୍ୟ ନିନ୍ଦା କରାଯାଇଥିଲା ।


ଭଦ୍ରକରୁ ଦେବାଶିଷ ମହାପାତ୍ର ଓ ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details