ଓଡିଶା

odisha

By

Published : Aug 22, 2020, 9:06 PM IST

ETV Bharat / city

ଛୋଟ କାଠ ଓ ପଥରରେ ଗଣେଶ ମୂର୍ତ୍ତି ନିର୍ମାଣ, ନିଜ ରେକର୍ଡ ଭାଙ୍ଗିଲେ ସତ୍ୟ

ସବୁବେଳେ ନିଜ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରୁଥିବା ବ୍ରହ୍ମପୁରର ସତ୍ୟ ମହାରଣା ପୁଣି କରିଛନ୍ତି ନୂତନ ରେକର୍ଡ । ସେ କାଠରେ ୬ ଏମ୍ଏମ୍ ଏବଂ ୧ ସିଏମ୍ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି ।

ଛୋଟ କାଟ ଓ ପଥରରେ ଗଣେଶ ମୂର୍ତ୍ତି ନିର୍ମାଣ କରି ନିଜ ରେକର୍ଡ ଭାଙ୍ଗିଲେ ସତ୍ୟ
ଛୋଟ କାଟ ଓ ପଥରରେ ଗଣେଶ ମୂର୍ତ୍ତି ନିର୍ମାଣ କରି ନିଜ ରେକର୍ଡ ଭାଙ୍ଗିଲେ ସତ୍ୟ

ବ୍ରହ୍ମପୁର: ସବୁବେଳେ ନିଜ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରୁଥିବା ବ୍ରହ୍ମପୁରର ସତ୍ୟ ମହାରଣା କରିଛନ୍ତି ପୁଣି କରିଛନ୍ତି ନୂତନ ରେକର୍ଡ । ଅଗ୍ରପୂଜା ବିଘ୍ନରାଜଙ୍କ ପୂଜା ଅବସରରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ନିଜ ହାତରେ ନିର୍ମାଣ କରିଛନ୍ତି ବିଶ୍ଵର ଛୋଟ କାଠ ଓ ପଥରରେ ଗଣେଶ ମୂର୍ତ୍ତି । କାଠରେ ନିର୍ମିତ ମୂର୍ତ୍ତିର ଉଚ୍ଚତା 6 ଏମଏମ, 1 ସିଏମ ରହିଥିବା ବେଳେ ପଥରରେ ନିର୍ମିତ ମୂର୍ତ୍ତିର ଉଚ୍ଚତା 3 ଏମଏମ, 5ଏମଏମ ଓ 1 ସିଏମ ରହିଛି।

ଛୋଟ କାଠ ଓ ପଥରରେ ଗଣେଶ ମୂର୍ତ୍ତି ନିର୍ମାଣ କରି ନିଜ ରେକର୍ଡ ଭାଙ୍ଗିଲେ ସତ୍ୟ

ଏହା ବ୍ୟତୀତ ଜଳ ପ୍ରଦୂଷଣ ରୋକିବା ପାଇଁ ସ୍ଫଟିକରେ ୨ଟି ଗଣେଶ ତିଆରି କରିଛନ୍ତି । ବିଭିନ୍ନ ପର୍ବପର୍ବଣୀ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଜନ ସଚେତନ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ନିଜ ହାତରେ ମୂର୍ତ୍ତି, ରଥ ଠାରୁ ଆରମ୍ଭ କରି ଅନେକ କିଛି ନିର୍ମାଣ କରି ରେକର୍ଡ କରିଛନ୍ତି ସତ୍ୟ । ପୂର୍ବରୁ ୨୦୧୯ ମସିହାରେ ୟୁନିଭରସାଲ ଫିଚର କଲମ ବୁକ୍ ଅଫ୍ ରେକର୍ଡରେ ୧.୯ ଇଞ୍ଚ୍ କାଠରେ ନିର୍ମିତ ଗଣେଶ ରହିଥିଲା, ଏବେ ସେ ପୁଣି ନିଜ ରେକର୍ଡ ଭାଙ୍ଗିଛନ୍ତି ।

ବ୍ରହ୍ମପରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details