ଓଡିଶା

odisha

By

Published : Dec 15, 2019, 11:49 PM IST

ETV Bharat / city

ତୁରନ୍ତ ମଣ୍ଡି ଖୋଲିବାକୁ ଋଷିକୁଲ୍ୟା ରୟତ ମହାସଭାର ଦାବି

ବ୍ରହ୍ମପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ତୁରନ୍ତ ମଣ୍ଡି ଖୋଲିବାକୁ ଦାବି କରିଛି ଋଷିକୁଲ୍ୟା ରୟତ ମହାସଭା।

ଋଷିକୁଲ୍ୟା ରୟତ ମହାସଭା
ତୁରନ୍ତ ମଣ୍ଡି ଖୋଲିବାକୁ ଋଷିକୁଲ୍ୟା ରୟତ ମହାସଭାର ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ତୁରନ୍ତ ମଣ୍ଡି ଖୋଲି ଧାନ ସଂଗ୍ରହ କରିବାକୁ ଦାବି କରିଛି ଋଷିକୁଲ୍ୟା ରୟତ ମହାସଭା। ନଭେମ୍ବର 15ରୁ ଧାନ ମଣ୍ଡି ଖୋଲାଯିବ ବୋଲି ଜିଲ୍ଲାରେ ଘୋଷଣା କରାଯାଇଥିଲେ ବି ଏପର୍ଯ୍ୟନ୍ତ ଖୋଲାଯାଇନାହିଁ । ଏହାକୁ ନେଇ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସମାଲୋଚନା କରାଯାଇଛି।

ଡିସେମ୍ବର ମାସ ଶେଷ ସୁଦ୍ଧା ଚାଷୀଙ୍କ ନାମ ପଞ୍ଜୀକରଣ କରି ଟୋକନ ଦିଆଯିବା ସହ ସମସ୍ତ ସୁବିଧା ପ୍ରଦାନ କରିବାକୁ ଦାବି କରାଯାଇଥିଲା। ଏପରିକି ଚାଷୀଙ୍କ ସୁବିଧା ଅନୁଯାୟୀ ପ୍ରତି ଗ୍ରାମରେ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବା ସହ ପ୍ରତି ଗ୍ରାମରେ ଚାଷୀ କମିଟି କରି ତାଙ୍କ ପରାମର୍ଶରେ ଧାନ କିଣିବାକୁ ଦାବି କରାଯାଇଥିଲା।

ତୁରନ୍ତ ମଣ୍ଡି ଖୋଲିବାକୁ ଋଷିକୁଲ୍ୟା ରୟତ ମହାସଭାର ଦାବି

ରାଜ୍ୟ ସରକାର କ୍ବିଣ୍ଟାଲ ପ୍ରତି ସର୍ବନିମ୍ନ ୩୦୦ ଟଙ୍କା ବୋନସ ପ୍ରଦାନ କରିବା ସହ ଛତିଶଗଡ଼ ରାଜ୍ୟ ଭଳି ମଧ୍ୟ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଛତିଶଗଡ଼ରେ ଯେଉଁଭଳି ପ୍ରତ୍ୟେକ ପଞ୍ଚାୟତରେ ପ୍ରକୃତ ଚାଷୀଙ୍କ ତାଲିକା ଓ ଧାନ ସଂଗ୍ରହ ପାଇଁ ସମସ୍ତ ଉପକରଣ ସହ ମଣ୍ଡି ସ୍ଥାପନ ହୋଇଛି। ସେହିଭଳି ଭାବରେ ସରକାର ବଜେଟରେ ଅର୍ଥ ପ୍ରଦାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ପ୍ରଦାନ କରାଯାଇଛି । ଏହି ସମ୍ମିଳନୀରେ ଉପଦେଷ୍ଟା ପ୍ରଫୁଲ ସାମନ୍ତରା, ସମ୍ପାଦକ ସୀମାଞ୍ଚଳ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details