ଓଡିଶା

odisha

By

Published : Jul 3, 2021, 7:30 AM IST

ETV Bharat / city

MSMEରେ ଅନ୍ତର୍ଭୁକ୍ତ ହେଲେ ଖୁଚୁରା ଓ ହୋଲସେଲ୍‌ ବ୍ୟବସାୟୀ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରୀ ନୀତିନ ଗଡକରୀ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି । ଏହି ସଂଶୋଧିତ ବ୍ୟବସ୍ଥାରେ ପାଇକାରୀ (ହୋଲସେଲ୍‌) ଓ ଖୁଚୁରା(ରିଟେଲ) ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମଇ ଉଦ୍ୟୋଗର ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଏମ୍‌ଏସ୍‌ଏମ୍‌ଇର ଅନ୍ତର୍ଭୁକ୍ତ ହେଲେ ଖୁଚୁରା ଓ ପାଇକାରୀ ବ୍ୟବସାୟ
ଏମ୍‌ଏସ୍‌ଏମ୍‌ଇର ଅନ୍ତର୍ଭୁକ୍ତ ହେଲେ ଖୁଚୁରା ଓ ପାଇକାରୀ ବ୍ୟବସାୟ

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରୀ ନୀତିନ ଗଡକରୀ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି । ଏହି ସଂଶୋଧିତ ବ୍ୟବସ୍ଥାରେ ପାଇକାରୀ (ହୋଲସେଲ୍‌) ଓ ଖୁଚୁରା(ରିଟେଲ) ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମଇ ଉଦ୍ୟୋଗର ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ଟ୍ବିଟରେ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗଡକରୀ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆମେ ଏମ୍‌ଏସ୍‌ଏମଇକୁ ସୁଦୃଢ କରିବାକୁ ବଦ୍ଧପରିକର । ଏହି ଉଦ୍ୟୋଗକୁ ଅର୍ଥନୀତିର ବିକାଶ ଇଞ୍ଜିନରେ ପରିଣତ କରିବାକୁ କାର୍ଯ୍ୟ କରୁଛୁ ।’

ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଦ୍ବାରା ୨.୫ କୋଟି ଖୁଚୁରା ଓ ପାଇକାରୀ ବ୍ୟବସାୟୀ ଉପକୃତ ହେବେ । ପୂର୍ବରୁ ଏହି ବ୍ୟବସାୟୀମାନେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପରିସରର ବାହାରେ ଥିଲେ । ଏବେ ନୂଆ ନିର୍ଦ୍ଦେଶନାମା ବଳରେ ଖୁଚୁରା ଓ ପାଇକାରୀ ବ୍ୟବସାୟୀମାନେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଅଗ୍ରାଧିକାର କ୍ଷେତ୍ରର ଋଣ ସୁବିଧା ପାଇପାରିବେ । ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି ହେବା ପରେ ସମ୍ପୃକ୍ତ ଖୁଚୁରା ବ୍ୟବସାୟୀଙ୍କୁ ‘ଉଦ୍ୟମ’ ରେଜିଷ୍ଟ୍ରେସନ ପୋର୍ଟାଲରେ ନାମ ପଞ୍ଜୀକରଣ ପାଇଁ ଅନୁମତି ମିଳିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details