ଓଡିଶା

odisha

By

Published : Dec 23, 2021, 8:24 AM IST

ETV Bharat / city

ଋଷିକୁଲ୍ୟାରେ ଚାଲିଛି ଅଲିଭ୍ ରିଡଲେଙ୍କ ମିଳନ, ଟ୍ୟାଗିଂ ଜରିଆରେ ରଖାଯାଇଛି ନଜର

ରଷିକୁଲ୍ୟା ମୁହାଣରେ ଚାଲିଛି ଅଲିଭ୍ ରିଡଲେଙ୍କ ମିଳନ ପ୍ରକ୍ରିୟା । ଟ୍ୟାଗିଂ ଜରିଆରେ କଇଁଛଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ଅଧିକ ପଢନ୍ତୁ

ରଷିକୁଲ୍ୟାରେ ଚାଲିଛି ଅଲିଭ୍ ରିଡଲେଙ୍କ ମିଳନ, ଟ୍ୟାଗିଙ୍ଗ ଜରିଆରେ ରଖାଯାଇଛି ନଜର
ରଷିକୁଲ୍ୟାରେ ଚାଲିଛି ଅଲିଭ୍ ରିଡଲେଙ୍କ ମିଳନ, ଟ୍ୟାଗିଙ୍ଗ ଜରିଆରେ ରଖାଯାଇଛି ନଜର

ବ୍ରହ୍ମପୁର: ଗଞ୍ଜାମର ରଷିକୁଲ୍ୟା ମୁହାଣରେ ଚାଲିଛି ଅଲିଭ୍ ରିଡଲେ କଇଁଛଙ୍କ ମିଳନ ପ୍ରକ୍ରିୟା । କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କଇଁଛଙ୍କ ମିଳନର ଗତିବିଧି ଅନୁଧ୍ୟାନ କରିବା ଲାଗି ଜିଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ(Geological Survey of India) ପକ୍ଷରୁ ଏହି ବିରଳ ପ୍ରଜାତିର ସାମୁଦ୍ରିକ କଇଁଛଙ୍କ ପିଠିରେ କରାଯାଇଛି ସ୍ବତନ୍ତ୍ର ଟ୍ୟାଗିଂ । ପ୍ରଥମ ଦିନରେ ୨୨ ଗୋଟି ଅଲିଭ ରିଡଲେ କଇଁଛଙ୍କ ଟ୍ୟାଗିଂ କରାଯାଇଥିବା ସୂଚନା ଦିଆଯାଇଛି ।

ରଷିକୁଲ୍ୟାରେ ଚାଲିଛି ଅଲିଭ୍ ରିଡଲେଙ୍କ ମିଳନ, ଟ୍ୟାଗିଙ୍ଗ ଜରିଆରେ ରଖାଯାଇଛି ନଜର

ପ୍ରତ୍ୟେକ ବର୍ଷ ଶୀତ ଋତୁରେ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣକୁ ଅତିଥି ରୂପେ ଅଲିଭ ରିଡଲେ କଇଁଛଙ୍କ ଆଗମନ ହୋଇଥାଏ । ଏହି କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଛି ଅଲିଭ ରିଡଲେ କଇଁଛଙ୍କ ଟ୍ୟାଗିଙ୍ଗ୍ ପ୍ରକ୍ରିୟା । ପ୍ରଥମ ଦିନରେ ୧୧ ଗୋଟି ଲେଖାଏଁ ପୁରୁଷ ଏବଂ ମହିଳା ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ଟ୍ୟାଗିଙ୍ଗ କରାଯାଇଥିବା ବ୍ରହ୍ମପୁର ACF ଅଶୋକ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରଷିକୁଲ୍ୟାରେ ଚାଲିଛି ଅଲିଭ୍ ରିଡଲେଙ୍କ ମିଳନ, ଟ୍ୟାଗିଙ୍ଗ ଜରିଆରେ ରଖାଯାଇଛି ନଜର

ବନବିଭାଗ ଏବଂ ଜିଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(Geological Survey of India)ର ମିଳିତ ଆନୁକୁଲ୍ୟରେ କଇଁଛଙ୍କ ଟ୍ୟାଗିଙ୍ଗ ପ୍ରକ୍ରିୟା ଜାରି ରହିଛି । ଏହାଦ୍ବାରା ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପରେ ତାଙ୍କ ଗତିପଥ ଉପରେ ନଜର ରଖାଯାଇ ପାରିବ ବୋଲି ବନ ବିଭାଗ କହିଛି । ଇତିମଧ୍ୟରେ ପ୍ରାୟ ୧,୫୫୬ଟି ଅଲିଭ ରିଡଲେ କଇଁଛଙ୍କ ଟ୍ୟାଗିଙ୍ଗ କରାଯାଇଥିବା ବେଳେ ଏଥିରେ ଗୋପାଳପୁର ଜିଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଯୁବ ବୈଜ୍ଞାନିକ ଡା. ଅନିଲ ମହାପାତ୍ର ଏବଂ ତାଙ୍କ ଟିମ୍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details