ଓଡିଶା

odisha

By

Published : Dec 26, 2021, 10:32 AM IST

ETV Bharat / city

ଦାଦାବଟି ନଦେବାରୁ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ, ଦେଖନ୍ତୁ ଭିଡିଓ

ଦାଦାବଟି ନଦେବାରୁ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ । ପୂର୍ବରୁ ଟଙ୍କା ପାଇଁ ଧମକାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ଦାଦାବଟି ନଦେବାରୁ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ, CCTV ରେ କଏଦ ହେଲା ଭିଡିଓ
ଦାଦାବଟି ନଦେବାରୁ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ, CCTV ରେ କଏଦ ହେଲା ଭିଡିଓ

ବ୍ରହ୍ମପୁର: ଦାଦାବଟି ନଦେବାରୁ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ । ସିସିଟିଭିରେ କଏଦ ହେଲା ଆକ୍ରମଣର ଭିଡିଓ । ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଶନିବାର ଜଣେ ବ୍ୟବସାୟୀଙ୍କୁ ଦୁଇଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଆହାତ ହୋଇଥିବା ବ୍ୟବସାୟୀ ଜଣଙ୍କ କୈଳାସ ନଗର ଅଞ୍ଚଳର ଗୋପାଳକୃଷ୍ଣ ପଣ୍ଡା ବୋଲି ଜଣାଯାଇଛି ।

ଦାଦାବଟି ନଦେବାରୁ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ, CCTV ରେ କଏଦ ହେଲା ଭିଡିଓ

ସୂଚନା ଅନୁଯାୟୀ ଗୋପାଳକୃଷ୍ଣଙ୍କ ଏକ ଭେରାଇଟି ଷ୍ଟୋର୍ ରହି ଥିବାବେଳେ ଗତ ଦୁଇଦିନ ତଳେ ତାଙ୍କର ମୋବାଇଲ୍‌କୁ ଜଣେ ଅଜଣା ଯୁବକ ଫୋନ୍ କରି ଟଙ୍କା ମାଗିବା ସହ ଧମକ ମଧ୍ୟ ଦେଇଥିଲେ । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଗୋପାଳକୃଷ୍ଣ ତାଙ୍କର ଦୋକାନରେ ବସି ଥିବାବେଳେ ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଗାଳିଗୁଳଜ କରି ଟଙ୍କା କାହିଁକି ଦେଲୁ ନାହିଁ ବୋଲି ପ୍ରଶ୍ନ କରିବା ସହ ଦୋକାନର ଜିନିଷପତ୍ର ଫିଙ୍ଗା ଫୋପଡ଼ା କରିଥିଲେ ।

ଗୋପାଳକୃଷ୍ଣ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଡାହାଣ ହାତ ପାପୁଲିକୁ ଖଣ୍ଡା ଆକ୍ରମଣ କରିଥିଲେ । ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details