ଓଡିଶା

odisha

By

Published : Feb 18, 2020, 10:41 PM IST

ETV Bharat / city

ରାଜ୍ୟରେ ଚାଲିଛି ବିଜେଡି ବିଜେପିର ମିଳିତ ସରକାର: ନିରଞ୍ଜନ

ରାଜ୍ୟରେ ଚାଲିଛି ବିଜେଡି ବିଜେପିର ମିଳିତ ସରକାର। ଏଭଳି କିଛି ଶବ୍ଦରେ ସମାଲୋଚନା କରିଛନ୍ତି ପିସିସି ଓ ଏଆଇସିସିର କର୍ମକର୍ତ୍ତା । ଅଧିକ ପଢନ୍ତୁ...

ରାଜ୍ୟରେ ଚାଲିଛି ବିଜେଡି ବିଜେପିର  ମିଳିତ ସରକାର-ନିରଞ୍ଜନ
ରାଜ୍ୟରେ ଚାଲିଛି ବିଜେଡି ବିଜେପିର ମିଳିତ ସରକାର-ନିରଞ୍ଜନ

ବ୍ରହ୍ମପୁର: ରାଜ୍ୟରେ ଚାଲିଛି ବିଜେଡି ବିଜେପିର ମିଳିତ ସରକାର। ଏଭଳି କିଛି ଶବ୍ଦରେ ସମାଲୋଚନା କରିଛନ୍ତି ପିସିସି ଓ ଏଆଇସିସିର କର୍ମକର୍ତ୍ତା ।

ରାଜ୍ୟରେ ଚାଲିଛି ବିଜେଡି ବିଜେପିର ମିଳିତ ସରକାର-ନିରଞ୍ଜନ

ବ୍ରହ୍ମପୁରରେ ଦଳର ସାଙ୍ଗଠନିକ କାର୍ଯ୍ୟକୁ ସମୀକ୍ଷା କରି ଚାରୋଟି ଜିଲ୍ଲାର କଂଗ୍ରେସରେ କିଭଳି ଚାଲିଛି ସାଙ୍ଗଠନିକ କାର୍ଯ୍ୟ । ଜିଲ୍ଲାଠାରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ କିଭଳି କରୁଛନ୍ତି ସଙ୍ଗଠନ । ଦଳୀୟ ନେତା ଆଗାମୀ ଦିନରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ କିଭଳି ନେବେ ପଦକ୍ଷେପ । ନୂତନ ଜିଲ୍ଲା କଂଗ୍ରେସ କମିଟି ଗଠନ ପାଇଁ କଣ ରହିଛି ନେତୃବୃନ୍ଦ ଆଭିମୁଖ୍ୟ । ଏଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ବ୍ରହ୍ମପୁର ସହରର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ସମୀକ୍ଷା କରିଛନ୍ତି ଏଆଇସିସି ଓ ପିସିସିର ପ୍ରତିନିଧି ଦଳ ।

ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସାଙ୍ଗଠନିକ କାର୍ଯ୍ୟକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ର ସାଧାରଣ ସଂପାଦକ ତଥା ଓଡିଶା ଦାୟିତ୍ବରେ ରହିଥିବା ପ୍ରଭାରୀ ଜିତେନ୍ଦ୍ର ସିଂ, ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରମୁଖ ପହଞ୍ଚି ପ୍ରଥମେ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପରେ ନିର୍ବାଚନଣ୍ଡଳୀର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ।

ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପରେ ପିସିସି ସଭାପତି ଓ ଏଆଇସିସି ର ସାଧାରଣ ସଂପାଦକ ତଥା ଓଡିଶା ଦାୟିତ୍ବରେ ରହିଥିବା ପ୍ରଭାରୀ ଜିତେନ୍ଦ୍ର ସିଂ ନିଜର ପ୍ରତିକ୍ରିୟା ରଖିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details