ଓଡିଶା

odisha

By

Published : Jan 6, 2022, 10:56 PM IST

Updated : Jan 7, 2022, 3:33 PM IST

ETV Bharat / city

ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଓଡ଼ିଶା ଚାଲାଣ, ମାଡ଼ି ବସିଲା ଅବକାରୀ ବିଭାଗ

ଜଳେଶ୍ବର ଓ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରାଯାଇଛି । ତା ସହିତ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିିଛି ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

balasore excise department arrested a man while smuggling brown sugar from west bengal to odisha
ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଓଡ଼ିଶା ଚାଲାଣ, ମାଡ଼ି ବସିଲା ଅବକାରୀ ବିଭାଗ

ବାଲେଶ୍ବର:ଜଳେଶ୍ବର ଓ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରାଯାଇଛି । ତା ସହିତ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିିଛି ଅବକାରୀ ବିଭାଗ । ଜଳେଶ୍ବର ଓ ଭୋଗରାଇ ବ୍ରାଉନସୁଗାର କାରବାର ହେଉଥିବା ନେଇ ଅବକାରୀ ବିଭାଗର ଏକ ପାଞ୍ଚ ଜଣିଆ ଟିମ ପାଟ୍ରୋଲିଂ ଚଳାଇଥିଲା ।

ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଓଡ଼ିଶା ଚାଲାଣ, ମାଡ଼ି ବସିଲା ଅବକାରୀ ବିଭାଗ
ଏହି ସମୟରେ ପଶ୍ଚିମବଙ୍ଗର ମଇନୁଦ୍ଦିନ ସେଖ୍‌ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗର ନେଇ ଓଡ଼ିଶାରେ ବେପାର କରିବା ପାଇଁ ଆସୁଥିଲେ । ଅବକାରୀ ବିଭାଗକୁ ସନ୍ଦେହ ହେବାରୁ ମଇନୁଦ୍ଦିନ ଗାଡ଼ି ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତା ନିକଟରୁ 550 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା ।

ଅବକାରୀ ବିଭାଗ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗରର ମୂଲ୍ୟ 55 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 7, 2022, 3:33 PM IST

For All Latest Updates

TAGGED:

ABOUT THE AUTHOR

...view details