ଓଡିଶା

odisha

By

Published : May 1, 2022, 3:14 PM IST

ETV Bharat / business

ଜୁନ୍‌ ପହିଲାରୁ ବାଧ୍ୟତାମୂଳକ ସୁନା ହଲମାର୍କିଂ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ

ସୁନାଗହଣାର ବାଧ୍ୟତାମୂଳକ ହଲମାର୍କିଂର ଦ୍ବିତୀୟ ପର୍ଯ୍ୟାୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ଜୁନ ୧ ତାରିଖରୁ ଏହାକୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ଦ୍ବିତୀୟ ପର୍ଯ୍ୟାୟରେ ଜୁନ ପହିଲାରୁ ସୁନା ହଲମାର୍କିଂ ବାଧ୍ୟତାମୂଳକ
ଦ୍ବିତୀୟ ପର୍ଯ୍ୟାୟରେ ଜୁନ ପହିଲାରୁ ସୁନା ହଲମାର୍କିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ:ସୁନାଗହଣାର ବାଧ୍ୟତାମୂଳକ ହଲମାର୍କିଂର(Mandatory Gold Hallmarking) ଦ୍ବିତୀୟ ପର୍ଯ୍ୟାୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ଜୁନ ୧ ତାରିଖରୁ ଏହାକୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । ୨୦୨୧ ଜୁନ ୧୬ ପର୍ଯ୍ୟନ୍ତ ସୁନାର ଶୁଦ୍ଧତା ପରୀକ୍ଷା ସମ୍ପର୍କିତ ହଲମାର୍କିଂ ବାଧ୍ୟତାମୂଳକ ନଥିଲା । କିନ୍ତୁ ସରକାର ଏହାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ପ୍ରଥମ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ଦେଶର ୨୫୬ ଜିଲ୍ଲାକୁ ସାମିଲ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୩୨ ଜିଲ୍ଲାକୁ ସାମିଲ କରାଯାଇଥିବା ନେଇ ଖାଉଟି ବ୍ୟାପାର ମନ୍ତ୍ରାଳୟ(Consumer Affairs Ministry) ପକ୍ଷରୁ କୁହାଯାଇଛି । ଏହିସବୁ ଜିଲ୍ଲାରେ ସୁନା ପରୀକ୍ଷା ଏବଂ ହଲମାର୍କିଂ କେନ୍ଦ୍ର ସ୍ଥାପନ କରାଯାଇଛି ।

ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ(BIS) ଏଥିପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି । ୨୦୨୧ ଜୁନ ୨୩ ତାରିଖରୁ କାର୍ଯ୍ୟକାରୀ କରାଯାଇଛି । ଏଥିରେ ପ୍ରତିଦିନ ୩ ଲକ୍ଷରୁ ଅଧିକ ସୁନାର ହଲମାର୍କିଂ ହଲମାର୍କ ୟୁନିକ ଆଇଜେଣ୍ଟିଫିକେସନ ଜରିଆରେ କରାଯାଉଛି ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି । ୪ଟି ସୁନାଗହଣାର ପରୀକ୍ଷା ପାଇଁ ୨୦୦୦ ଟଙ୍କା ନିଆଯାଉଛି । ପାଞ୍ଚଟି କିମ୍ବା ତା ଠାରୁ ଅଧିକ ଗହଣାର ପରୀକ୍ଷା କରିବାକୁ ହେଲେ ପ୍ରତି ଗହଣା ପିଛା ୪୫ ଟଙ୍କା ଲେଖାଏଁ ଆଦାୟ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details