ଓଡିଶା

odisha

By

Published : Feb 6, 2020, 7:28 PM IST

ETV Bharat / business

ସୁଦୃଢ ହେଉଛି ବଜାର, ଅଭିବୃଦ୍ଧି ଜାରି

ବଜେଟ ପର ସପ୍ତାହରୁ ବଜାରରେ ଅଭିବୃଦ୍ଧି ଜାରି । ଗୁରୁବାର ମଧ୍ୟ ପ୍ରଫିଟ ସହ ବନ୍ଦ ହୋଇଛି କାରବାର । ଅଧିକ ପଢନ୍ତୁ...

sensex jumps 163   points, nifty cross 12,200
ସୁଦୃଢ ହେଉଛି ବଜାର, ଅଭିବୃଦ୍ଧି ଜାରି

ନୂଆଦିଲ୍ଲୀ: ବଜେଟ ପର ସପ୍ତାହରୁ ବଜାରରେ ଅଭିବୃଦ୍ଧି ଜାରି । ଗୁରୁବାର ମଧ୍ୟ ପ୍ରଫିଟ ସହ ବନ୍ଦ ହୋଇଛି କାରବାର । ବଜେଟ ଦିନ 12 ହଜାର ତଳକୁ ଖସିଥିବା ନିଫ୍ଟି ଏବେ ପୁଣି ପୂର୍ବ ଅଭିବୃଦ୍ଧିକୁ କମବ୍ୟାକ କରିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 163 ପଏଣ୍ଟ ବଢି 41,306.03ରେ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 48.80 ପଏଣ୍ଟ ବୃଦ୍ଧି ସହ 12,137.95 ବନ୍ଦ ହୋଇଛି ।

ସେନସେକ୍ସରେ ସାମିଲ ସେୟାର ମଧ୍ୟରେ ଇଣ୍ଡସାଇଡ ବ୍ୟାଙ୍କ ସର୍ବାଧିକ ଲାଭରେ ରହିଛି । ଏଥିରେ 4 ପ୍ରତିଶତରୁ ଅଧିକ ଅଭିବୃଦ୍ଧି ମିଳିଛି । ଏହା ବ୍ୟତିତ ଏସବିଆଇ, ବଜାଜ ଫାଇନାନ୍ସ, ଭାରତୀ ଏୟାରଟେଲ, ଏକ୍ସିସ ବ୍ୟାଙ୍କ, ସନ ଫାର୍ମା, ଏଚଡିଏଫସି ଓ ପାୱର ଗ୍ରୀଡ ସେୟାର ଉପରମୁହାଁ ରହିଛି । ଅନ୍ୟପଟେ ଟାଇଟନ, ଇମ୍ଫୋସିସ, ଆଇଟିସି, କୋଟକ ବ୍ୟାଙ୍କ ଓ ଏସିଆନ ପେଣ୍ଟସ ସେୟାର ହ୍ରାସ ପାଇଛି ।

ବୁଧବାର ସେନସେକ୍ସ 353 ପଏଣ୍ଟ ବୃ୍ଦ୍ଧି ସହ 41,142.66ରେ ପହଞ୍ଚିଥିଲା । ସେପଟେ କୋରୋନା ଭାଇରସ ଉପଚାର ନେଇ ସଫଳତା ମିଳୁଥବାରୁ ନିବେଶକ ଉତ୍ସାହିତ ଅଛନ୍ତି ।

ABOUT THE AUTHOR

...view details