ନୂଆଦିଲ୍ଲୀ: ସୋମବାର ପେଟ୍ରୋଲ ଓ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଲଗାଚାର ଦ୍ବିତୀୟ ଦିନ ଧରି ବୃଦ୍ଧି ଜାରି ରହିଛି । ଅଶୋଧିତ ତୈଳ ଦାମ 5 ମାସର ସର୍ବୋଚ୍ଚ ସ୍ତର ନିକଟତର ହେଲାଣି ।
ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ଦ୍ବାରା ଆଗାମୀ ଦିନରେ ଭାରତରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ବଢିପାରେ । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ଅଗଷ୍ଟରେ ଲିଟର ପିଛା 1.60 ପଇସା ବଢିଛି । ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦାମ ସୋମବାର ବିନା କୌଣସି ପରିବର୍ତ୍ତନରେ ଲିଟର ପ୍ରତି କ୍ରମଶଃ 82.03 , 83.52 , 88.68 ଟଙ୍କା ଓ 85 ଟଙ୍କାରେ ସ୍ଥିର ରହିଛି ।