ଓଡିଶା

odisha

By

Published : Mar 25, 2022, 9:20 AM IST

ETV Bharat / business

ହିସାଶି ଟାକେୟୁଚି Maruti Suzukiର ନୂଆ ସିଇଓ

ଭାରତର ସର୍ବବୃହତ୍ କାର ନିର୍ମାତା କାମ୍ପାନୀ ମାରୁତି ସୁଜୁକି(Maruti Suzuki)ର ନୂଆ ସିଇଓ ହେଲେ ହିସାଶି ଟାକେୟୁଚି । ଅଧିକ ପଢନ୍ତୁ

ହିସାଶି ଟାକେୟୁଚି Maruti Suzukiର ନୂଆ ସିଇଓ
ହିସାଶି ଟାକେୟୁଚି Maruti Suzukiର ନୂଆ ସିଇଓ

ନୂଆଦିଲ୍ଲୀ: ଭାରତର ସର୍ବବୃହତ୍ କାର ନିର୍ମାତା କାମ୍ପାନୀ ମାରୁତି ସୁଜୁକି(Maruti Suzuki)ର ନୂଆ ସିଇଓ ହେଲେ ହିସାଶି ଟାକେୟୁଚି(Hisashi Takeuchi) । ଗୁରୁବାର କମ୍ପାନୀର ନୂତନ ପରିଚାଳନା ନିର୍ଦ୍ଦେଶକ( MD) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ଭାବେ ହିସାଶି ଟାକେୟୁଚିଙ୍କୁ ନିଯୁକ୍ତି ମିଳିଛି । ସେ ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ।

ଏନେଇ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟରକୁ ତାଙ୍କ ଉପରେ ବିଶ୍ବାସ କରିବା ପାଇଁ ସେ ଧନ୍ୟବାଦ ଦେଇଛନ୍ତି । ୧୯୮୬ରେ ଟାକେୟୁଚି ସୁଜୁକି ମୋଟର କର୍ପୋରସେନରେ ଯୋଗ ଦେଇଥିଲେ ।

ବର୍ତ୍ତମାନର ସିଇଓ ତଥା ଏମଡି କେନିଚି ଆୟୁକାୱା(Kenichi Ayukawa)ଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୩୧ରେ ଶେଷ ହେଉଛି । ୨୦୧୩ ମସିହାରୁ ସେ ମାରୁତି ସୁଜୁକି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ । ଏବେ ଆୟୁକାୱା(Kenichi Ayukawa) କମ୍ପାନୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଏକ ବିବୃତ୍ତ ଜରିଆରେ କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

@ANI

ABOUT THE AUTHOR

...view details