ଓଡିଶା

odisha

By

Published : Aug 24, 2020, 4:25 PM IST

ETV Bharat / business

ଋଣ ପରିଶୋଧ ଅବଧି ବୃଦ୍ଧି ନ କରିବାକୁ ପିଏନବିର ପରାମର୍ଶ

ଅଗଷ୍ଟ 31 ମଧ୍ୟରେ ଋଣ ପରିଶୋଧ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଥିବା ବେଳେ ଏହି ଅବଧିକୁ ପୁନଃର୍ବାର ବୃଦ୍ଧି ନକରିବାକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମତ ଦେଇଛି । ଅର୍ଥବ୍ୟବସ୍ଥା ସୁଧୁରୁଥିବାରୁ ଅବଧି ବୃଦ୍ଧି ନ କରିବାକୁ ପିଏନବି ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଋଣ ପରିଶୋଧ ଅବଧି ବୃଦ୍ଧି ନ କରିବାକୁ ପିଏନବିର ପରାମର୍ଶ
ଋଣ ପରିଶୋଧ ଅବଧି ବୃଦ୍ଧି ନ କରିବାକୁ ପିଏନବିର ପରାମର୍ଶ

ନୂଆଦିଲ୍ଲୀ: ଅଗଷ୍ଟ 31 ମଧ୍ୟରେ ଋଣ ପରିଶୋଧ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଥିବା ବେଳେ ଏହି ଅବଧିକୁ ପୁନଃର୍ବାର ବୃଦ୍ଧି ନକରିବାକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମତ ଦେଇଛି । ଅର୍ଥବ୍ୟବସ୍ଥା ସୁଧୁରୁଥିବାରୁ ଅବଧି ବୃଦ୍ଧି ନ କରିବାକୁ ପିଏନବି ପ୍ରକାଶ କରିଛି । ପିଏନବିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଏସ ଏସ ମଲ୍ଲିକାର୍ଜୁନା ରାଓ ଏକ ଭର୍ଚ୍ୟୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରକାଶ କରିଛନ୍ତି ।

ପିଏନବିର ପରିଚାଳନା ନିର୍ଦ୍ଦେଶକ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅର୍ଥନୀତି ସୁଧୁରୁଛି ଓ ବ୍ୟବସାୟ କାର୍ଯ୍ୟକଳାପରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ତେଣୁ ରିଜର୍ଭ ବ୍ୟାଙ୍କ ଋଣ ପରିଶୋଧ ଅବଧିକୁ ବୃଦ୍ଧ କରିବା ଉଚିତ ନୁହେଁ ।

ନିକଟରେ ମଧ୍ୟ ଏଚଡିଏଫସି ଚେୟାରମ୍ୟାନ୍ ଦୀପକ ପାରେଖ, ଏସବିଆଇ ଚେୟାରମ୍ୟାନ୍ ରଜନୀଶ କୁମାର ଏବଂ ସିଆଇଆଇର ସଭାପତି ଉଦୟ କୋଟାକଙ୍କ ପରି ବ୍ୟାଙ୍କିଙ୍ଗ ବ୍ୟକ୍ତିତ୍ବ ଏହି ମତକୁ ସମର୍ଥନ କରିଥିଲେ । ଅନେକ ଋଣ ଗ୍ରହୀତା ଋଣ ପରିଶୋଧର କ୍ଷମତା ଥାଇ ମଧ୍ଯ ଏହାର ଫାଇଦା ଉଠାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ଆରବିଆଇ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଋଣ ପରିଶୋଧ ଅବଧିକୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । କୋରୋନା ପାଇଁ ଦେଶର ବ୍ୟବସାୟ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । ତେଣୁ ବୋଝ କମାଇବା ପାଇଁ ଆରବିଆଇ ଏହି ନିଷ୍ପତ୍ତି ଗ୍ରହଣ କରିଥିଲା । ଆରବିଆଇ ପ୍ରଥମେ ମେ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ​​।

@ANI

ABOUT THE AUTHOR

...view details