ଓଡିଶା

odisha

By

Published : Jun 2, 2020, 1:08 PM IST

ETV Bharat / business

ସୁଧ ହାର କମାଇଲା ପିଏନବି

ପିଏନବି ଋଣ ଉପରେ ରେପୋରେଟ ଜଡିତ ସୁଧ ହାର 40 ବେସିସ ପଏଣ୍ଟ ହ୍ରାସ କରିଛି। ଏଥିସହ ଡିପୋଜିଟ ଉପରେ ମଧ୍ୟ ସୁଧ କମାଇଛି । ଅଧିକ ପଢନ୍ତୁ..

PNB cuts repo-linked lending rate
ସୁଧ ହାର କମାଇଲା ପିଏନବି

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସବୁଠୁ ବଡ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେପୋରେଟ ଆଧାରିତ ଋଣ ଉପରେ ସୁଧ 40 ବେସିସ ପଏଣ୍ଟ ହ୍ରାସ କରିଛି । ଫଳରେ ଏହି ଋଣ ଉପରେ ସୁଧ ଏବେ 7.05 ପ୍ରତିଶତରୁ ହ୍ରାସ ହୋଇ 6.65 ପ୍ରତିଶତ ହୋଇଛି ।

ଏଥିସହ ବ୍ୟାଙ୍କ MCLRରେ ମଧ୍ୟ 15 ବେସିସ ପଏଣ୍ଟ ହ୍ରାସ କରିଛି । ଋଣ ହାରରେ ହ୍ରାସ ବ୍ୟତୀତ ପିଏନବି ବ୍ୟାଙ୍କର ସଞ୍ଚୟ ଜମା ଉପରେ ମଧ୍ୟ ସୁଧ ଦର 50 ବେସିସ ପଏଣ୍ଟ ହ୍ରାସ କରି 3.25 ପ୍ରତିଶତ କରିଛି ।

ବ୍ୟାଙ୍କ କହିଛି କି ସଂଶୋଧିତ ନୂଆ ଦର ଜୁଲାଇ ପହିଲାରୁ ଲାଗୁ ହେବ । ପ୍ରକାଶ ଯେ, ଗତ ସପ୍ତାହରେ ବ୍ୟାଙ୍କ ଅଫ ବରୋଦା ଓ ୟୁକୋ ବ୍ୟାଙ୍କ ମଧ୍ୟ ସୁଧ ଦରରେ ହ୍ରାସ କରିଥିଲା ।

ABOUT THE AUTHOR

...view details