ଭୁବନେଶ୍ବର: ଆସନ୍ତାକାଲି ବିଧାନସଭାରେ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଆଜି ଏହା ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର କମିଥିବା ଏଥିରୁ ଜଣାପଡିଛି ।
2018 -19ରେ ଅଭିବୃଦ୍ଧି ହାର 7.90 ପ୍ରତିଶତ ରହିଥିବାବେଳେ 2019 -20ରେ ଏହା 6.16 ରହିବ ବୋଲି ଆକଳନ କରାଯାଇଛି। କୃଷି ଉତ୍ପାଦନ ହ୍ରାସ, ବାତ୍ୟାର ପ୍ରଭାବ, ଖଣି ୱେବ 5 ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାର କମିବା ମୁଖ୍ୟ କାରଣ ।