ହାଇଦ୍ରାବାଦ: ଜୁନ ୧୫ ରେ ଲଦାଖ ଗଲୱାନ ଘାଟି ରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷର ପ୍ରତିବାଦ ଆଜି ସମଗ୍ର ଭାରତରେ ଦେଖା ଯାଉଛି। ଚୀନ ଆପ ଏବଂ ଉତ୍ପାଦ ବର୍ଜନର ନାରା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ତେବେ ଚୀନ ପ୍ରସ୍ତୁତ ସାମଗ୍ରୀ ବହିସ୍କାର ଭାରତୀୟ ଅର୍ଥବ୍ୟବସ୍ଥାକୁ କେତେ ପ୍ରଭାବିତ କରିବ ସେ ନେଇ ଜୋର ଧରିଛି ଆଲୋଚନା ଏବଂ ସମାଲୋଚନା ।
ଏହି ପରିପ୍ରେକ୍ଷୀରେ ଚୀନ ର ଦୈନିକ ଖବର କାଗଜ, ଗ୍ଲୋବାଲ ଟାଇମ୍ସ ଏକ ବିଶ୍ଳେଷଣ ପ୍ରକାଶ କରିଛି ଏବଂ ଏହା ଦର୍ଶାଇଛି ଯେ ଭାରତ ଅର୍ଥନୀତି ପାଇଁ ଚୀନ ସାମଗ୍ରୀ ର ଉପାଦେୟତା କେତେ ରହିଛି।
ପ୍ରତ୍ୟେକ ମଧ୍ୟମ ବର୍ଗ ପରିବାର ରେ ଚୀନ ପ୍ରସ୍ତୁତ ସାମଗ୍ରୀ:
ଛୋଟ ଖେଳଣା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ ସାମଗ୍ରୀ, ଟେଲିଫୋନ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରତ୍ୟେକ ଭାରତୀୟ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି , ଯାହା କୌଣସି ଭାରତୀୟ ଅଗ୍ରାହ୍ୟ କରି ପାରିବେ ନାହିଁ।
ଏହି ସମ୍ଭନ୍ଧରେ ଚୀନ ର ବ୍ୟବସାୟୀ ମାନେ ଯୁକ୍ତି ବାଢନ୍ତି ଯେ, କ୍ଷୁଦ୍ର ମେଡ ଇନ ଚାଇନା ପଦାର୍ଥ ର ପ୍ରଚଳନ ଭାରତୀୟ ବଜାର ରେ ବନ୍ଦ ହେଉଛି । ଫଳରେ ଏହାର କୁ ପ୍ରଭାବ ଭାରତୀୟ ବଜାର ରେ ହିଁ ପଡିବ।
ଏଥିସହ ସେମାନେ ଯୁକ୍ତି ବାଢିଛନ୍ତି କି, ଯେ କୌଣସି ମଧ୍ୟବର୍ଗ ପରିବାର ର ବ୍ୟକ୍ତି, ଅନେକ ସମୟ ପର୍ଯ୍ୟନ୍ତ ମେଡ ଇନ ଚାଇନା ପଦାର୍ଥର ବ୍ୟବହାର ବନ୍ଦ କରି ପାରିବେ ନାହିଁ। ଚୀନ ଅର୍ଥନୀତିଜ୍ଞ ମାନେ ଏହା ମଧ୍ୟ କୁହନ୍ତି ଯେ କ୍ଷୁଦ୍ର ଚାଇନା ପଦାର୍ଥ ଉତ୍ପାଦନ ର ସହର ' ୟିଉ ' ରେ ଏତେ ସଂଖ୍ୟକ ଭାରତୀୟ ଆମଦାନୀ ବ୍ୟବସାୟୀ ଅଛନ୍ତି ଯେ ଏହା ଏକ ଭାରତୀୟ ଏକ୍ସପର୍ଟ ଟାଉନ ଗଠନ ର ପ୍ରକ୍ରିୟାରେ ଥିଲା।
ସେହିପରି ଭାରତର 90 ପ୍ରତିଶତରୁ ଅଧିକ ହାର୍ଡୱେର ଚାଇନାରୁ ଆସେ ବୋଲି ଭାରତୀୟ ବ୍ୟବସାୟୀ କହିଛନ୍ତି । ବିଶେଷଜ୍ଞ ଙ୍କ ମତ ରେ ଚୀନ ପଦାର୍ଥର ଆମଦାନୀ ବନ୍ଦ ଫଳରେ ଭାରତୀୟ ମଧ୍ୟବିତ୍ତଙ୍କ ବଜାରର ଚାହିଦା ଭାରି ପଡିବ। ଯେଉଁମାନେ ସ୍ମାର୍ଟ ଫୋନ କିଣିବାକୁ କିମ୍ବା ର ଏହାର ପ୍ରଚଳନ ଭାରତୀୟ ବଜାର ରେ ନ କରିବାକୁ ପ୍ରତିଶ୍ରୁତିବଦ୍ଧ , ସେମାନଙ୍କ ପାଇଁ ହୁଏତ ଏସବୁ କଷ୍ଟକର ହୋଇ ପଡିବ। ଫଳରେ ଉପଭୋକ୍ତା ମାନେ ସେମାନଙ୍କର କ୍ରୟକୁ ବିଳମ୍ବ କରିବାକୁ ବାଛିବେ ଏବଂ COVID-19 ମହାମାରୀ ସମୟ ରେ ଉପଭୋକ୍ତା ଅଭିବୃଦ୍ଧିର ଆବଶ୍ୟକତା ଥିବା ଭାରତୀୟ ଅର୍ଥନୀତି ପାଇଁ ଏହା ଏକ ଖରାପ ଖବର। ଏହି ପରିସ୍ଥିତି ରେ 2024 ସୁଦ୍ଧା 5 ଟ୍ରିଲିୟନ ଡଲାରର ଅର୍ଥନୀତି ଗଠନ ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ମଧ୍ୟ କିଛି ଅବଧି ପାଇଁ ସ୍ଥଗିତ ରହିପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।
ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଭାରତର ଏହି ନିଷ୍ପତ୍ତି ଯୋଗୁଁ ବିଭିନ୍ନ ମୁକ୍ତ ବାଣିଜ୍ୟ କାରବାର, ଯେପରିକି 'ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ' ରେ ମଧ୍ୟ ଭାରତ ନିଜର ସ୍ଥାନ ହରାଇ ପାରେ ବୋଲି ଆଶଙ୍କା କରାଯାଇଛି। ବର୍ତ୍ତମାନ ପରିସ୍ଥିତି ରେ ଭାରତର ପଦାର୍ଥ ରପ୍ତାନୀ ପ୍ରତିଯୋଗୀ । ଯେପରିକି ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ, ଚାଇନା ସହିତ ବ୍ୟବସାୟ କରି ତାଙ୍କ ଅର୍ଥନୈତିକ ଅଭିବୃଦ୍ଧି କରିବାରେ ସକ୍ଷମ ହେବେ।
ଚୀନ ପ୍ରସ୍ତୁତ ପଦାର୍ଥ ଏବଂ ଉପାଦାନ ଉପରେ ନିର୍ଭର ଭାରତୀୟ ଅର୍ଥବ୍ୟବସ୍ଥା:
ଅନେକ ଶିଳ୍ପୋଦ୍ୟୋଗୀ ମଧ୍ୟ ମତ ପ୍ରକାଶ କରିଛନ୍ତି ଯେ, ସ୍ମାର୍ଟ ଫୋନ, ସୌର ଶକ୍ତି ଉପକରଣ ଏବଂ ଅଟୋମୋବାଇଲ ଭଳି ଉତ୍ପାଦର ପ୍ରମୁଖ ଉପାଦାନ ପାଇଁ ଭାରତ ଚୀନ ଉପରେ ଅଧିକ ନିର୍ଭରଶୀଳ । ଭାରତରେ ବିକ୍ରି ହେଉଥିବା ସ୍ମାର୍ଟ ଫୋନ ପାଇଁ କ୍ୟାମେରା ମଡ୍ୟୁଲ୍, ମଦରବୋର୍ଡ ଏବଂ ସ୍କ୍ରିନ ପରି ମୂଳ
ଉପାଦାନଗୁଡ଼ିକ ଚାଇନାର ଯୋଗାଣକାରୀଙ୍କ ଉପରେ ନିର୍ଭର କରେ । ଏହି ପରିପ୍ରେକ୍ଷୀରେ ଭାରତରେ କାର୍ଯ୍ୟ କରୁଥିବା ଏକ ପ୍ରତିଷ୍ଠିତ ଚାଇନିଜ ବ୍ରାଣ୍ଡ କହିଛି ଯେ, ଏହା ଭାରତରେ ବିକ୍ରି ହେଉଥିବା ସ୍ମାର୍ଟ ଫୋନ ପାଇଁ ସ୍ଥାନୀୟ ଉଦ୍ୟୋଗୀ ମାନଙ୍କ ଠାରୁ ପ୍ରାୟ 65 ପ୍ରତିଶତ ଉପାଦାନ କ୍ରୟ କରିଥାଏ, କିନ୍ତୁ ଏହା ମୁଖ୍ୟତଃ ପ୍ୟାକେଜିଂ ଭଳି କମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଚାଇନା ଉପରେ ନିର୍ଭରଶୀଳ ଅଟେ। ଏହି ପ୍ରସଙ୍ଗ କୁ ମଧ୍ୟ ଚାଇନାର ନିର୍ମାତାମାନେ ମାନିଛନ୍ତି।