ଓଡିଶା

odisha

By

Published : May 18, 2020, 7:15 PM IST

ETV Bharat / business

ସାଧାରଣ ଦାବି ପୂରଣ ନ ହେଲେ ସତ୍ୟାଗ୍ରହ କରିବୁ: ଟ୍ରାଭେଲ ଏଜେଣ୍ଟ

ଆର୍ଥିକ ପ୍ୟାକେଜରେ ଆମକୁ ଅଣଦେଖା କରାଯାଇଛି । 20 ଲକ୍ଷ କୋଟି ଟଙ୍କାର ଘୋଷଣାର ଆମ ପାଇଁ କୌଣସି ରିଲିଫ ନଥିବା ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛି ଟ୍ରାଭେଲ ଏଜେଣ୍ଟ ସଂଗଠନ TAAI । ଅଧିକ ପଢନ୍ତୁ..

travel agent disappointed with economic package
ସାଧାରଣ ଦାବି ପୂରଣ ନ ହେଲେ ସତ୍ୟାଗ୍ରହ କରିବୁ: ଟ୍ରାଭେଲ ଏଜେଣ୍ଟ

ନୂଆଦିଲ୍ଲୀ: ଅର୍ଥନୀତିକୁ ମଜବୁତ ପାଇଁ ସରକାର ଘୋଷଣା ପ୍ୟାକେଜକୁ ନେଇ ନିରାଶ ପ୍ରକାଶ କରିଛି ଟ୍ରାଭେଲ ଏଜେଣ୍ଟ ସଂଗଠନ TAAI । କୋରୋନାରେ ଅଧିକ ଗୁରୁତର ଟ୍ରାଭେଲ ସେକ୍ଟରର ଅଣ୍ଚା ସଳଖିବା ପାଇଁ ଆର୍ଥିକ ପ୍ୟାକଜେର କୌଣସି ରିଲିଫ ନଥିବା ସଙ୍ଗଠନ କହିଛି ।

ସଂଗଠନ କହିଛି ଯେ ସେମାନଙ୍କ ଅସ୍ତିତ୍ୱ ବଞ୍ଚାଇବା ପାଇଁ ସରକାର ଅନ୍ତତ ସାଧାରଣ ଦାବିକୁ ବିଚାର କରିବା ଉଚିତ। ଯଦି ଏହା ନହେବେ , ତେବେ ସେମାନେ ମହାତ୍ମା ଗାନ୍ଧୀଙ୍କ ପଥ ଅନୁସରଣ କରି ସତ୍ୟଗ୍ରାହ କରିବେ ବୋଲି ରୋକଠୋକ ଜଣାଇଛନ୍ତି ।

TAAI କେନ୍ଦ୍ର ସରକାରଙ୍କୁ ଏକ ପତ୍ର ପଠାଇଛି । ଏଥିରେ ଦର୍ଶାଇଛି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ସେମାନଙ୍କୁ କୌଣସି ରିଲିଫ ଦିଆଯାଇଛି । ଏଭଳି ଭାବେ ସେମାନଙ୍କୁ ଅଣଦେଖା କରାଯାଇଛି ।

ଅର୍ଥମନ୍ତ୍ରୀ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ର ପାଇଁ କୌଣସି ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିନାହାନ୍ତି ।

ABOUT THE AUTHOR

...view details