ଓଡିଶା

odisha

କୋଭିଡ ପରେ ଅର୍ଥନୀତି ସୁଧୁରିବାରେ ସହଯୋଗ କରିପାରେ ସ୍ବଚ୍ଛ ଉର୍ଜା ଶକ୍ତି

By

Published : Jul 1, 2020, 5:31 PM IST

ଦୁର୍ବଳ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେଇପାରେ ସ୍ବଚ୍ଛ ଉର୍ଜା । ଏ ନେଇ ନୀତି ଆୟୋଗ ଓ ରକି ମାଉଣ୍ଟେନ୍ ଇନଷ୍ଟିଚ୍ୟୁଟ୍ (RMI) 'ସ୍ୱଚ୍ଛ ଉର୍ଜା ଅର୍ଥନୀତି ଆଡକୁ’ ରିପୋର୍ଟ ଜାରି କରିଛି । ଅଧିକ ପଢନ୍ତୁ..

କୋଭିଡ ପରେ ଅର୍ଥନୀତି ସୁଧୁରିବାରେ ସହଯୋଗ କରିପାରେ ସ୍ବଚ୍ଛ ଉର୍ଜା ଶକ୍ତି
କୋଭିଡ ପରେ ଅର୍ଥନୀତି ସୁଧୁରିବାରେ ସହଯୋଗ କରିପାରେ ସ୍ବଚ୍ଛ ଉର୍ଜା ଶକ୍ତି

ନୂଆଦିଲ୍ଲୀ: କୋରୋନା ମାଡରେ ଦୁର୍ବଳ ହୋଇପଡିଛି ଅର୍ଥବ୍ୟବସ୍ଥା । ଏହି ସଙ୍କଟରୁ ମୁକୁଳିବା ପାଇଁ ସ୍ବଚ୍ଛ ଉର୍ଜା ସହଯୋଗ କରିପାରେ ।

ମଙ୍ଗଳବାର ନୀତି ଆୟୋଗ ଓ ରକି ମାଉଣ୍ଟେନ୍ ଇନଷ୍ଟିଚ୍ୟୁଟ୍ (RMI) 'ସ୍ୱଚ୍ଛ ଉର୍ଜା ଅର୍ଥନୀତି ଆଡକୁ: ଭାରତର ଉର୍ଜା ଏବଂ ମୋବିଲିଟି ସେକ୍ଟର ପାଇଁ କୋଭିଡ ପରେ ସୁଯୋଗ ନେଇ ରିପୋର୍ଟ ଜାରି କରିଛି । ଯେଉଁଥିରେ ଭାରତ ପାଇଁ ଏକ ସ୍ୱଚ୍ଛ, ସ୍ଥାୟୀ ଏବଂ ସର୍ବନିମ୍ନ ମୂଲ୍ୟର ଉର୍ଜା ଭବିଷ୍ୟତ ଗଠନ ଦିଗରେ ହେଉଥିବା ପ୍ରଚେଷ୍ଟା ନେଇ ଆଲୋଚନା କରାଯାଇଛି । ଏହି ପ୍ରୟାସରେ ଇଲେକ୍ଟ୍ରିକ ଯାନ , ଉର୍ଜା ଭଣ୍ଡାର ଏବଂ ନବୀକରଣ ଯୋଗ୍ୟ ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମ ସାମିଲ ରହିଛି ।

ବିଶେଷ କରି ପରିବହନ ଏବଂ ଶକ୍ତି କ୍ଷେତ୍ରରେ କୋଭିଡ -19 କିପରି ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ପ୍ରଭାବିତ କରୁଛି ତାହା ରିପୋର୍ଟରେ ବର୍ଣ୍ଣନା କରାଯାଇଛି। ଏହି ରିପୋର୍ଟରେ ଦେଶର ଅଗ୍ରଣୀ ଲୋକଙ୍କୁ ଅର୍ଥନୀତିରେ ସଂସ୍କାର ଆଣିବା ଏବଂ ସ୍ୱଚ୍ଛ ଶକ୍ତି ଭିତ୍ତିକ ଅର୍ଥନୀତି ପାଇଁ ପ୍ରେରଣା ବଜାୟ ରଖିବା ପାଇଁ ନୀତି ତଥା ରଣନୀତିକ ସୁଯୋଗ ସୁପାରିଶ କରାଯାଇଛି। କୋଭିଡ-19 ଭାରତରେ ପରିବହନ ଓ ବିଦ୍ୟୁତ କ୍ଷେତ୍ର ପାଇଁ ନଗଦ ପ୍ରତିବନ୍ଧକ ଓ ଯୋଗାଣ ହ୍ରାସ ଆଦି ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ କୋଭିଡ -19 ମହାମାରୀକୁ ନିୟନ୍ତ୍ରଣ କରିବା ପରେ ଭାରତର ଅର୍ଥନୀତି ସୁସ୍ଥ ହୋଇଯିବ। ସେ କହିଛନ୍ତି ଯେ ଭାରତର ଶକ୍ତିଶାଳୀ ଗଣତାନ୍ତ୍ରିକ ଅନୁଷ୍ଠାନ ନୀତିଗତ ସ୍ଥିରତାକୁ ପ୍ରୋତ୍ସାହିତ କରିଥାଏ। ତାଙ୍କ କହିବା ଅନୁଯାୟୀ ଯଦି ଆର୍ଥିକ ସୁଧାରକୁ ଭଲ ଭାବେ ଲାଗୁ କରାଯାଏ , ତେବେ ଦେଶର ବିକାଶ ଦର ଅନ୍ୟ ସମକକ୍ଷ ଦେଶ ଠାରୁ ଆଗରେ ରହିବ ।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି କି, ସ୍ୱଚ୍ଛ ଉର୍ଜା ଭାରତର ଆର୍ଥିକ ପୁନରୁଦ୍ଧାର ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାର ଏକ ପ୍ରମୁଖ ଉତ୍ସ ହେବ । ଏହି ନୂତନ ପରିସ୍ଥିତିରେ ଦେଶ ତଥା ଶିଳ୍ପକୁ ଗୁରୁତ୍ୱ ଦେବା ପାଇଁ ଆମ ଘରୋଇ ନବସୃଜନ ଇକୋସିଷ୍ଟମର କିପରି ଲାଭ ଉଠାଇ ପାରିବେ ତାହା ଦେଖିବାକୁ ପଡିବ।ଆମେ ଏପରି ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ସୁପାରିଶ କରିଛୁ , ଯେଉଁଥିରେ ଭାରତର 4ଟି ଗୁରୁତ୍ବପୂର୍ଣ୍ଣ ସେକ୍ଟର ମଧ୍ୟରୁ ଦୁଇଟି - ପରିବହନ ଓ ବିଦ୍ୟୁତ ସେକ୍ଟରରେ ପୁଣି ପୁନର୍ଜୀବିତ ହୋଇ ଟ୍ରାକକୁ ଫେରିପାରିବ ।

ଏହି ରିପୋର୍ଟରେ ଭାରତର ସ୍ୱଚ୍ଛ ଉର୍ଜା ଭବିଷ୍ୟତକୁ ସାହାଯ୍ୟ କରିବା ପାଇଁ ନୀତି ନିର୍ଣ୍ଣୟକାରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କ ପାଇଁ ଚାରୋଟି ସିଦ୍ଧାନ୍ତର ବର୍ଣ୍ଣନା କରାଯାଇଛି । ତାହା ହେଲା ..

  1. ସର୍ବନିମ୍ନ ମୂଲ୍ୟର ଉର୍ଜା ସମାଧାନରେ ନିବେଶ
  2. ନମନୀୟ ଏବଂ ନିରାପଦ ଶକ୍ତି ପ୍ରଣାଳୀକୁ ସମର୍ଥନ
  3. ଦକ୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରାଥମିକତା ଦେବା
  4. ସାମାଜିକ ଏବଂ ପରିବେଶ ସମାନତାକୁ ପ୍ରୋତ୍ସାହିତ ବା ପ୍ରମୋଟ କରିବା

ଭାରତକୁ ସ୍ୱଳ୍ପ, ମଧ୍ୟମ ଏବଂ ଦୀର୍ଘ ଅବଧିରେ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ରଣନୈତିକ ସୁଯୋଗ ଚିହ୍ନଟ କରିବା ଜରୁରୀ । ଯାହା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜଗୁଡିକୁ ସ୍ୱଚ୍ଛ ଉର୍ଜା ଉତ୍ପାଦନ ପାଇଁ ସୁଯୋଗରେ ପରିଣତ କରିପାରିବ । ନୀତି ଆୟୋଗର ମୁଖ୍ୟ ପରାମର୍ଶଦାତା ଓ ମିଶନ ନିର୍ଦ୍ଦେଶକ ଅନିଲ ଶ୍ରୀବାସ୍ତବ ଏ ନେଇ ମତ ରଖିଛନ୍ତି ।

ABOUT THE AUTHOR

...view details