ଓଡିଶା

odisha

By

Published : May 8, 2021, 8:58 PM IST

ETV Bharat / business

ଲଗାତାର ଏପ୍ରିଲରେ ବଢିଲା ଆନ୍ତର୍ଜାତୀୟ ଖାଦ୍ୟ ମୂଲ୍ୟ

ଏପ୍ରିଲରେ ବଢିଲା ଆନ୍ତର୍ଜାତୀୟ ଖାଦ୍ୟ ମୂଲ୍ୟ । ଏହାକୁ ମିଶାଇ ଲଗାତାର 11 ମାସ ଧରି ଧରି ବଢିଛି ଦାମ । ଏଥିରେ ଚିନି ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇଥିବାବେଳେ ଖାଦ୍ୟ ଶସ୍ୟ ମହଙ୍ଗା ଜାରି ରହିଛି । ଅଧିକ ପଢନ୍ତୁ..

ଲଗାତାର ଏପ୍ରିଲରେ  ବଢିଲା ଆନ୍ତର୍ଜାତୀୟ ଖାଦ୍ୟ ମୂଲ୍ୟ
ଲଗାତାର ଏପ୍ରିଲରେ ବଢିଲା ଆନ୍ତର୍ଜାତୀୟ ଖାଦ୍ୟ ମୂଲ୍ୟ

ହାଇଦ୍ରାବାଦ: ଏପ୍ରିଲରେ ବଢିଲା ଆନ୍ତର୍ଜାତୀୟ ଖାଦ୍ୟ ମୂଲ୍ୟ । ଏହାକୁ ମିଶାଇ ଲଗାତାର 11 ମାସ ଧରି ଧରି ବଢିଛି ଦାମ । ଏଥିରେ ଚିନି ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇଥିବାବେଳେ ଖାଦ୍ୟ ଶସ୍ୟ ମହଙ୍ଗା ଜାରି ରହିଛି । ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ଅଫ ଦି ୟୁନାଇଟେଡ ନେସନସ (FAO) ରିପୋର୍ଟରେ ଏ ନେଇ କୁହାଯାଇଛି ।

ଏପ୍ରିଲରେ FAO ଖାଦ୍ୟ ମୂଲ୍ୟ ସୂଚକାଙ୍କ ହାରାହାରି 120.9 ପଏଣ୍ଟ ରହିଛି । ଯାହା ମାର୍ଚ୍ଚରେ ଏହାର ସୂଚକାଙ୍କ ତୁଳନାରେ 1.7 ପ୍ରତିଶତ ଏବଂ ଗତ ବର୍ଷ ସମାନ ମାସ ତୁଳନାରେ 30.8 ପ୍ରତିଶତ ଅଧିକ ।

ସାଧାରଣତଃ କାରବାର କରାଯାଇଥିବା ଖାଦ୍ୟ ସାମଗ୍ରୀର ଆନ୍ତର୍ଜାତୀୟ ମୂଲ୍ୟରେ ମାସିକ ପରିବର୍ତ୍ତନକୁ ଏହି ସୂଚକାଙ୍କ ଟ୍ରାକ କରିଥାଏ । 2012 ମେ ଠାରୁ ଏହି ସୂଚକାଙ୍କ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

2021ରେ ଖାଦ୍ୟ ପଦାର୍ଥ ଦାମରେ ବୃଦ୍ଧି

ମାସ ଫୁଡ ପ୍ରାଇସ ଇଣ୍ଡେକ୍ସ ମିଟ ଡାଏରୀ ଧାନ ଖାଦ୍ୟ ତୈଳ ଚିନି
ଜାନୁଆରୀ 113.3 96 112.2 124.2 138.8 94.2
ଫେବୃଆରୀ 116.4 97.8 113.1 125.7 147.4 100.2
ମାର୍ଚ୍ଚ 118.9 100.1 117.5 123.6 159.2 96.2
ଏପ୍ରିଲ 120.9 101.8 118.9 125.1 162 100

ABOUT THE AUTHOR

...view details