ଓଡିଶା

odisha

By

Published : Feb 9, 2021, 8:15 PM IST

ETV Bharat / business

କମ ସୁରକ୍ଷା ମାନକ ଗାଡି ବିକ୍ରି ବନ୍ଦ କରାଯାଉ

କମ ସୁରକ୍ଷା ମାନର ଗାଡି ବିକ୍ରି କରୁଛନ୍ତି କମ୍ପାନୀ । ଏଣୁ ଏଭଳି ପ୍ରକାରର ଗାଡି ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ସରକାର । ଅଧିକ ପଢନ୍ତୁ..

କମ ସୁରକ୍ଷା ମାନକ ଗାଡି ବିକ୍ରି ବନ୍ଦ  କରାଯାଉ
କମ ସୁରକ୍ଷା ମାନକ ଗାଡି ବିକ୍ରି ବନ୍ଦ କରାଯାଉ

ନୂଆଦିଲ୍ଲୀ: ଦେଶରେ ଆଉ ଗଡିବନି କମ ସୁରକ୍ଷା ମାନକ ବିଶିଷ୍ଟ ଯାନ । ଏ ନେଇ ଅଟୋମୋବାଇଲ ବିନିର୍ମାତାଙ୍କୁ ତାଗିଦ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଚାଲୁଥିବା ଖରାପ ମାନକଗାଡିର ପ୍ରଚଳନ ନେଇ ଜାରି ରିପୋର୍ଟକୁ ନେଇ ସରକାର ଚିନ୍ତା ପ୍ରକାଶ କରି ଏଭଳି ଗାଡି ବିକ୍ରିକୁ ଶୀଘ୍ର ବନ୍ଦ ପାଇଁ କହିଛନ୍ତି ।

କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସଚିବ ଗିରିଧର ଅରମନେ ଅଟୋ ବିନିର୍ମାତାଙ୍କ ସଙ୍ଗଠନ ସିଆମ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି , କେବଳ କିଛି ବିନିର୍ମାତା ହିଁ ଗାଡି ସୁରକ୍ଷା ରେଟିଂ ପ୍ରଣାଳୀକୁ ଆପଣାଇଛନ୍ତି । ଆଉ ସେ ବି କେବଳ ନିଜ ମହଙ୍ଗା ମଡେଲ ପାଇଁ ଏହାର ବ୍ୟବହାର କରିଛନ୍ତି । ସେ କହିଛନ୍ତି କି, ‘‘ ମୁଁ କିଛି ଖବରରେ ବିଚଳିତ । ଭାରତରେ ଅଟୋ ବିନିର୍ମାତା ଜାଣିବୁଝି ସୁରକ୍ଷା ମାନକକୁ କମ ରଖିଛନ୍ତି । ଆଉ ପ୍ରଚଳନକୁ ବନ୍ଦ କରିବା ଆବଶ୍ୟକ ରହିଛି । ’’

ଅରମନେ କହିଛନ୍ତି କି ଗାଡି ବିନିର୍ମାତା ସଡକ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଆଉ ଭାରତରେ ସେମାନଙ୍କୁ ସବୁଠୁ ଭଲ ଗୁଣବତ୍ତାର ଗାଡିର ବିକ୍ରିରେ କୌଣସି ବ୍ୟତିକ୍ରମ କରିବ ଠିକ ନୁହେଁ । ସେ କହିଛନ୍ତି କି ସମସ୍ତ ବିନିର୍ମାତାଙ୍କୁ ସେମାଙ୍କ ଗାଡି ପାଇଁ ସୁରକ୍ଷା ରେଟଂ ଦେବା ଆବଶ୍ୟକ ରହିଛି । ଯାହା ଫଳରେ ଉପଭୋକ୍ତା ଜାଣିପାରିବେ କି, ସେମାନଙ୍କ କଣ କିଣୁଛନ୍ତି ।

ABOUT THE AUTHOR

...view details