ଓଡିଶା

odisha

By

Published : Apr 13, 2021, 4:57 PM IST

ETV Bharat / business

ଟପ ଗାଡି ବିକ୍ରି ଲିଷ୍ଟରେ ଆଗୁଆ ମାରୁତି ସୁଜୁକି ମଡେଲ

ଲଗାତାର 4ର୍ଥ ବର୍ଷ ବିକ୍ରି ଦୃଷ୍ଟିରୁ ଭାରତ ଶୀର୍ଷ 5 ଗାଡି ଲିଷ୍ଟରେ ରହିଛି ମାରୁତି ସୁଜୁକି ମଡେଲ । ଏ ନେଇ ସୂଚନା ଦେଇଛି କମ୍ପାନୀ । ଅଧିକ ପଢନ୍ତୁ..

ଟପ ଗାଡି ବିକ୍ରି ଲିଷ୍ଟରେ ଆଗୁଆ ମାରୁତି ସୁଜୁକି ମଡେଲ
ଟପ ଗାଡି ବିକ୍ରି ଲିଷ୍ଟରେ ଆଗୁଆ ମାରୁତି ସୁଜୁକି ମଡେଲ

ନୂଆଦିଲ୍ଲୀ: ବିକ୍ରି ଦୃଷ୍ଟିରୁ ଟପ 5 ଗାଡି ଲିଷ୍ଟରେ ଦେଶର ସର୍ବବୃହତ କାର ବିନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଆଗୁଆ । 2020-21 ଆର୍ଥିକ ବର୍ଷରେ ସ୍ବିଫ୍ଟ, ବାଲେନୋ, ୱାଗନର, ଅଲ୍ଟୋ ଏବଂ ଡିଜାୟାର ବିକ୍ରି କ୍ଷେତ୍ରରେ ଶ୍ରେଷ୍ଠ 5 ମଡେଲ ଭାବେ ଉଭା ହୋଇଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, 1.72 ଲକ୍ଷ ୟୁନିଟ ସହ ସ୍ବିଫ୍ଟ ପ୍ରଥମ ସ୍ଥାନରେ ରହିଛି । ସେହିଭଳି ବାଲେନୋ 1.63 ଲକ୍ଷ ୟୁନିଟ ସହ ଦ୍ବିତୀୟ ସ୍ଥାନରେ ରହିଛି ।

ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) କହିଛି କି 1.60 ଲକ୍ଷ ୟୁନିଟ ସହ ୱାଗନର ତୃତୀୟ ସ୍ଥାନରେ ଅଛି । ଏଥିମଧ୍ୟରେ ଅଲ୍ଟୋ ଏବଂ ଡିଜାୟର କ୍ରମଶଃ 1.59 ଲକ୍ଷ ୟୁନିଟ ଓ 1.28 ଲକ୍ଷ ୟୁନିଟ ବିକ୍ରି ହୋଇଛି । ଏମଏସଆଇ କହିଛି ଯେ , ଏହି ମଡେଲ 2020-21 ରେ ମୋଟ ପାସେଞ୍ଜର ଯାନର ବିକ୍ରିରେ ପ୍ରାୟ 30 ପ୍ରତିଶତ ଯୋଗଦାନ ଦେଇଛି ।

କମ୍ପାନୀ କହିଛି କି ଲଗାତାର 4 ର୍ଥ ବର୍ଷ ବିକ୍ରି ଦୃଷ୍ଟିରୁ ଭାରତ ଶୀର୍ଷ 5 ଗାଡି ଆମର । ଏ ନେଇ ଏମଏସଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ( ମାର୍କେଟିଂ ଓ ବିକ୍ରି ) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି କି ବଢୁଥିବା ପ୍ରତିସ୍ପର୍ଦ୍ଧା ପରେ ବି 2020-21 ରେ ବିକ୍ରି ଦୃଷ୍ଟିକୋଣରୁ ଶୀର୍ଷ 5 ଯାତ୍ରୀବାହୀ ଯାନ ମାରୁତି ସୁଜୁକିର ରହିଛି ।

2020 ଅର୍ଥବ୍ୟବସ୍ଥା ପାଇଁ ନୂଆ ଚ୍ୟାଲେଞ୍ଜ ନେଇ ଆସିଛି । ହେଲ ଗ୍ରାହକଙ୍କ ବିଶ୍ବାସ ମାରୁତି ସୁଜୁକି ଉପରେ ଅତୁଟ ରହିଛି ।

ABOUT THE AUTHOR

...view details