ଓଡିଶା

odisha

By

Published : Oct 27, 2020, 9:01 PM IST

ETV Bharat / business

ପିଆଜ ଦାମରେ ଲାଗିଲା ଲଗାମ, ବଢିଲା ଆମଦାନୀ

ପିଆଜ ସଂରକ୍ଷଣରେ କଟକଣା ଯୋଗୁଁ ଚଢା ଦାମରେ ଲାଗିଲା ଲଗାମ । ଏଥିସହ ଆମଦାନୀ ତୀବ୍ର ଗତିରେ ବଢୁଛି । ଅଧିକ ପଢନ୍ତୁ..

ପିଆଜ ଦାମରେ ଲାଗିଲା ଲଗାମ , ବଢିଲା  ଆମଦାନୀ
ପିଆଜ ଦାମରେ ଲାଗିଲା ଲଗାମ , ବଢିଲା ଆମଦାନୀ

ନୂଆଦିଲ୍ଲୀ: ପିଆଜ ଷ୍ଟକ ସୀମା ନିର୍ଦ୍ଧାରିତ ହେବା ପରେ ଆକାଶଛୁଆଁ ଦାମରେ ତତ୍କାଳ ଲଗାମ ଲାଗିଛି । କିନ୍ତୁ ଉପଭୋକ୍ତାଙ୍କୁ ଶସ୍ତା ପିଆଜ ସେତେବେଳେ ମିଳିବ ଯେତେବେଳେ ଘରୋଇ ଉତ୍ପାଦର ପରିମାଣ ବଢିବ । କାରଣ ଆମଦାନୀ ହେଉଥିବା ପିଆଜ ଉଚ୍ଚା ଦାମରେ ହିଁ ଆସୁଛି ।

ଯଦିଓ ଦାମ ଉଚ୍ଚା ହେବା ଦ୍ବାରା ଆମାଦାନୀ ଧୀରେ ଧୀରେ ବଢୁଛି । ବ୍ୟବସାୟୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ନଭେମ୍ବରର ପ୍ରଥମ ସପ୍ତାହରେ 8000 ଟନ ଆମାଦାନୀ ପିଆଜ ଭାରତରେ ପହଞ୍ଚିବ । କେନ୍ଦ୍ର ସରକାରଙ୍କ ଦ୍ବାରା ଉଠାଯାଇଥିବା ପଦକ୍ଷେପ ଓ ବିଦେଶୀ ପିଆଜ ଘରୋଇ ବଜାରରେ ପହଞ୍ଚିବା ପରେ ମୁଦ୍ରାସ୍ପୀତି ଉପରେ ଲଗାମ ଲାଗିଛି । ଏଥିସହ ଆସନ୍ତା ମାସରେ ଦାମ ହ୍ରାସ ଆଶା ରହିଛି । ଯଦିଓ ବ୍ୟବସାୟୀଙ୍କ କହିବା ଅନୁସାରେ ବିଦେଶରୁ ଯେଉଁ ପିଆଜ ଆସୁଛି , ତାହାର କଷ୍ଟ ବା ମୂଲ୍ୟ କିଲୋ ପ୍ରତି 40 ଟଙ୍କା ଉପରେ ଆସୁଛି । ଏଭଳି ସ୍ଥିତିରେ ଉପଭୋକ୍ତାଙ୍କୁ ବହୁତ ରିଲିଫ ମିଳିବା ଆଶା ନାହିଁ ।

ସେହିଭଳି ମୁମ୍ବାଇର ବ୍ୟବସାୟ ଓ ହର୍ଟିକଲଚର ପ୍ରଡ୍ୟୁସର ଏକ୍ସପୋର୍ଟସ ଆସୋସିଏସନର ପ୍ରେସିଡେଣ୍ଟ ଅଜିତ ଶାହ କହିଛନ୍ତି କି, ପିଆଜ ଆମାଦାନୀ ଖର୍ଚ୍ଚ ଏହି ସମୟରେ ଅଧିକ ଅଛି । ଆଉ ଚଢା ଦାମରେ ଆମଦାନୀ ବଢିବ । କାରଣ ଦେଶରେ ଚାଷୀଙ୍କୁ ମଧ୍ୟ ବର୍ତମାନ ଆମଦାନୀରେ କୌଣସି କ୍ଷତି ହୋଇ ନାହିଁ । ଯଦି ଆମଦାନୀ ହେବ ନାହିଁ ତେବେ ଦାମ ବଢିବ । କାରଣ ଘରୋଇ ଯୋଗାଣ ହ୍ରାସ ପାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ ଏହି ସମୟରେ ଭଲ କିସମର ପିଆଜର ହୋଲସେଲ ଦାମ କିଲୋ ପ୍ରତି ପାଖାପାଖି 55 ଟଙ୍କାରୁ 65 ଟଙ୍କା ରହିଛି । ଆସନ୍ତା ମାସର ପ୍ରଥମ ସପ୍ତାହରେ ପାଖାପାଖୀ 8000 ଟନ ପିଆଜ ବିଦେଶରୁ ଆସିବ ।

ଭାରତ ଏହି ସମୟରେ ଇରାନ, ହଲାଣ୍ଡ , ତୁର୍କୀରୁ ପିଆଜ ଆଣୁଛି । ଏହା ବ୍ୟତିତ ଆଫଗାନିସ୍ଥାନରୁ ପଞ୍ଜାବ ରାସ୍ତା ଦେଇ ପିଆଜ ଆସୁଛି । ସେପଟେ ବଜାର ସୂତ୍ର ଅନୁସାରେ ପିଆଜ ଦାମ ମହଙ୍ଗା ଯୋଗୁଁ କୃଷକ କ୍ଷେତରୁ ନିଜର ଫସଲ ସମୟ ପୂର୍ବରୁ ଅମଳ କରିବରେ ଲାଗିଛନ୍ତି । ଯାହା ଦ୍ବାରା ନଭେମ୍ବରରେ ଘରୋଇ ଉତ୍ପାଦନ ମଧ୍ୟ ବଢିଯିବ ।

ABOUT THE AUTHOR

...view details