ଓଡିଶା

odisha

By

Published : Mar 29, 2020, 6:32 PM IST

ETV Bharat / business

ଏପ୍ରିଲରୁ 10 ବ୍ୟାଙ୍କ ମିଶ୍ରଣ, RBI ଦେଲା ମଞ୍ଜୁରୀ

ଦେଶରେ 10 ବଡ ସରକାରୀ ବ୍ୟାଙ୍କ ମିଶ୍ରଣକୁ ଆରବିଆଇର ମଞ୍ଜୁରୀ । ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏନେଇ ଗ୍ରୀନ ସିଗନାଲ ଦେଇସାରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଏପ୍ରିଲରୁ 10 ବ୍ୟାଙ୍କ ମିଶ୍ରଣ , ଆରବିଆଇ ଦେଲା ମଞ୍ଜୁରୀ
ଏପ୍ରିଲରୁ 10 ବ୍ୟାଙ୍କ ମିଶ୍ରଣ , ଆରବିଆଇ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଦେଶର 10 ରାଷ୍ଟ୍ରାୟତ ବ୍ୟାଙ୍କକୁ ମିଶ୍ରଣ କରି 4 ବୃହତ୍ତ ବ୍ୟାଙ୍କରେ ପରିଣତ କରାଯିବ । ଶନିବାର ଏନେଇ ମଞ୍ଜୁରୀ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ପୂର୍ବରୁ (ମାର୍ଚ୍ଚ4) କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଧ୍ୟ ଏହି ମହାମିଶ୍ରଣ ପ୍ରସ୍ତାବରେ ମୋହର ମାରିଥିଲେ ।

ଆରବିଆଇ କହିଛି ଯେ, ଏପ୍ରିଲ ପହିଲାରୁ ବ୍ୟାଙ୍କ ମିଶ୍ରଣ ଆରମ୍ଭ ହେବ । ଏହା ଅନୁଯାୟୀ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ଯୋଡି ହେବ । ଫଳରେ ଏହା ଦେଶର ଦ୍ବିତୀୟ ସର୍ବବୃହତ୍ତ ବ୍ୟାଙ୍କ ହେବ । ସେହିଭଳି ସିଣ୍ଡିକେଟ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହ ଓ ୟୁନିଅନ ବ୍ୟାଙ୍କକୁ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ସହ ବିଲୟ କରାଯିବ । ଏପରି ଭାବେ ଆହ୍ଲାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହ ମିଶ୍ରଣ ହେବ । ସରକାର ଏ ନେଇ ଚଳିତ ସପ୍ତାହରେ କହିଥିଲେ ଯେ, ବ୍ୟାଙ୍କ ମିଶ୍ରଣ ଯୋଜନା ଟ୍ରାକରେ ରହିଛି । ଏପ୍ରିଲ ପହିଲାରୁ ଏହାକୁ ଆରମ୍ଭ କରାଯିବ ।

କୋରୋନା ଭାଇରସ ସଂକ୍ରମଣ ଭୟରେ ସମଗ୍ର ଦେଶକୁ ଲକଡାଉନ ପରେ ବି ସରକାର ଏ ନେଇ ସୂଚନା ଦେଇଛନ୍ତି । ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେଶନ (AIBOC) ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋରାନା ଭାଇରସ ମାମଲାକୁ ଦୃଷ୍ଟିରେ ରଖି ମିଶ୍ରଣ ପ୍ରକ୍ରିୟାକୁ ଆଗକୁ ବଢାଇବାକୁ ଆଗ୍ରହ କରିଥିଲା । ଏହି ମିଶ୍ରଣ ପରେ 7ଟି ବଡ ଆକାରର ବ୍ୟାଙ୍କ ରହିବ । ଯାହାର କାରବାର 8 ଲକ୍ଷ କୋଟିରୁ ଉର୍ଦ୍ଧ୍ବ ରହିବ । ସେହିପରି 5 ଛୋଟ ବ୍ୟାଙ୍କ ଦେଶରେ ରହିଯିବ । ପ୍ରକାଶ ଯେ, 2017 ରେ ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କ ସଂଖ୍ୟା 27 ଥିଲା |

ABOUT THE AUTHOR

...view details