ଓଡିଶା

odisha

By

Published : Mar 22, 2021, 10:33 PM IST

ETV Bharat / business

ଏପ୍ରିଲରୁ ମହଙ୍ଗା ମାରୁତି ସୁଜୁକି କାର

କଞ୍ଚାମାଲ ବ୍ୟୟ ବଢୁଥିବାରୁ କାର ଦାମ ବୃଦ୍ଧି କରିବ ଦେଶର ସର୍ବବୃହତ୍ତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (MSI) । ଅଧିକ ବ୍ୟୟ ଭାର ଗ୍ରାହକଙ୍କ ଉପରେ ଲଦିବାକୁ ଯୋଜନା କଲାଣି କମ୍ପାନୀ । ଅଧିକ ପଢନ୍ତୁ..

ଏପ୍ରିଲରୁ ମହଙ୍ଗା ମାରୁତି ସୁଜୁକି କାର
ଏପ୍ରିଲରୁ ମହଙ୍ଗା ମାରୁତି ସୁଜୁକି କାର

ନୂଆଦିଲ୍ଲୀ: ଆସନ୍ତା ମାସରୁ ବଢିବ ଦେଶର ସର୍ବବୃହତ୍ତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (MSI) କାର ଦାମ । ସୋମବାର କମ୍ପାନୀ କହିଛି କି କଞ୍ଚାମାଲ ଖର୍ଚ୍ଚ ବଢିବା କାରଣରୁ ତାହାର ଭରଣପୋଷଣ ପାଇଁ ଆସନ୍ତା ମାସରୁ ସମସ୍ତ ମଡେଲ ଦାମ ବୃଦ୍ଧି ହେବ ।

ମାରୁତି ସେୟାର ବଜାରକୁ ଦେଇଥିବା ସୂଚନାରେ କୁହାଯାଇଛି କି ଗତ ବର୍ଷରୁ କମ୍ପାନୀର ଯାନ ଉପରେ କଞ୍ଚା ମାଲର ବ୍ୟୟରେ ବୃଦ୍ଧି ଦେଖିବାକୁ ମିଳିଛି । କମ୍ପାନୀ ଅନୁସାରେ ‘ 2021 ଏପ୍ରିଲରୁ ଗାଡି ଦାମ ବଢାଇ ଅତିରିକ୍ତ ବ୍ୟୟର କିଛି ଅଂଶ ଗ୍ରାହକଙ୍କ ଉପରେ ଛାଡିବା ବର୍ତ୍ତମାନ ଜରୁରୀ ହୋଇପଡିଛି । ତେବେ ବିଭିନ୍ନ ମଡେଲ ପାଇଁ ଅଲଗା ଅଲଗା ଦାମ ଚାର୍ଜ ହେବ ।

କେଉଁ ଗାଡି ଉପରେ କେତେ ଦାମ ବଢିବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ । ଏହା ପୂର୍ବରୁ ମାରୁତି ସୁଜୁକି ଏ ବର୍ଷ ଜାନୁଆରୀ 18ରେ ଖର୍ଚ୍ଚରେ ବୃଦ୍ଧି ଦର୍ଶାଇ କିଛି ସିଲେକ୍ଟିଭ ମଡେଲ ଉପରେ ଦାମ 34,000 ଟଙ୍କା ବଢାଇବାକୁ ଘୋଷଣା କରିଥିଲା ।

ABOUT THE AUTHOR

...view details