ଓଡିଶା

odisha

By

Published : Mar 8, 2021, 3:34 PM IST

ETV Bharat / business

ଜିଏସଟି ଚୋରି: ସମ୍ପତ୍ତି ଜବତ ବେଳେ ସତର୍କ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ଯେବେ ଜିଏସଟି ଚୋରିର ମାମଲା ହୋଇଥିବା କିମ୍ବା ନକଲୀ ବିଲ ଅଥବା ସଂଗୃହୀତ କର ଜମା କରିବାରେ 3 ମାସରୁ ଅଧିକ ଅବଧିର ମାମଲା ଥିବ, ସେହି କ୍ଷେତ୍ରରେ ସମତ୍ତି ଜବତ ସମୟରେ ରହିବାକୁ ପଡିବ ସତର୍କ । ଅଧିକ ପଢନ୍ତୁ..

ଜିଏସଟି ଚୋରି:  ସମ୍ପତ୍ତି ଜବତ ବେଳେ ସତର୍କ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ଜିଏସଟି ଚୋରି: ସମ୍ପତ୍ତି ଜବତ ବେଳେ ସତର୍କ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୌଣସି କରଦାତାଙ୍କ ସମ୍ପତ୍ତି ଜବତ କରିବା ସମୟରେ ନିଜ ଫିଲ୍ଡ ଅଧିକାରୀଙ୍କୁ ସବୁଠୁ ଅଧିକ ସତର୍କତା ଅବଲମ୍ବଲ କରିବାକୁ ହେବ । ଏ ନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ।

ସିବିଆଇସି ଏ ନେଇ ଦର୍ଶାଇଛି କି , ଯେବେ ଜିଏସଟି ଚୋରିର ମାମଲା ହୋଇଥିବା କିମ୍ବା ନକଲୀ ବିଲ ଅଥବା ସଂଗୃହିତ କର ଜମା କରିବାରେ 3 ମାସରୁ ଅଧିକ ଅବଧିର ମାମଲା ଥିବ, ସେହି କ୍ଷେତ୍ରରେ ସମତ୍ତି ଜବତ ସମୟରେ ଏଭଳି ସତର୍କ ରହିବାକୁ ହେବ । ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିନିୟମ ଅନୁଯାୟୀ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ।

ଏହା ଅନୁସାରେ, ‘‘ ସମ୍ପତ୍ତି ଜବତ କରିବା ଶକ୍ତିକୁ ସାଧାରଣ କିମ୍ବା ସହଜ ଉପାୟରେ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଅସାଧାରଣ ପରିସ୍ଥିତିର ପ୍ରତିକାର ଏବଂ ଏହା ଅତ୍ୟନ୍ତ ଗୁରୁତର ହେଲେ ଏହାକୁ ଅଧିକ ସତର୍କତାର ସହିତ ବ୍ୟବହାର କରାଯିବା ଦରକାର ।

ସିବିଆରଇସିର ଦିଶା ନିର୍ଦ୍ଦେଶରେ ଏଭଳି ମାମଲାକୁ ସୂଚୀବଦ୍ଧ କରିଛି । ଯେଉଁଥିରେ ସମ୍ପତ୍ତିକୁ ଜବତ କରିବାର ଶକ୍ତିର ଉପଯୋଗ କରାଯାଇପାରିବ । ଏଥିରେ କର ଚୋରି ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତି ଦ୍ବାରା ବିନା ବିଲର ଦ୍ରବ୍ୟ ଓ ସେବାର ଯୋଗାଣ କରିବା, ଠକେଇ ମାଧ୍ୟମରେ ଇନପୁଟ ଟିକସ କ୍ରେଡିଟର ଲାଭ ଉଠାଇବା , କର ଭାବେ କୌଣସି ବ୍ୟକ୍ତି ଦ୍ବାରା ସଂଗ୍ରହ କରି ତାକୁ 3 ମାସରୁ ଅଧିକ ସମୟ ଯାଏଁ ସରକାରଙ୍କ ପାଖରେ ଜମା ନ କରିବା, ଠକେଇ କରି ରିଫଣ୍ଡର ଲାଭ ଉଠାଇବା ଆଦି ସାମିଲ ଅଛି ।

ସିବିଆଇସି କହିଛି କି ସମ୍ପତ୍ତିର ପ୍ରାଥମିକତା ଜବତ ଏକ ବର୍ଷ ପାଇଁ ବୈଧ ରହିବ ।

ABOUT THE AUTHOR

...view details