ନୂଆଦିଲ୍ଲୀ: ଜଣାଶୁଣା ଅର୍ଥନୀତିଜ୍ଞ ଇଶର ଜଜ ଅହଲୁୱାଲିଆଙ୍କ ଶନିବାର ନିଧନ ହୋଇଛି । 74 ବର୍ଷରେ ତାଙ୍କର ପରଲୋକ ହୋଇଛି । ସେ ଗତ 15 ବର୍ଷରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ ଅର୍ଥନୈତିକ ସମ୍ପର୍କ ଉପରେ ଗବେଷଣା ପାଇଁ ଭାରତୀୟ ପରିଷଦର (ଥିଙ୍କ-ଟ୍ୟାଙ୍କ) ଚେୟାରମ୍ୟାନ ଥିଲାବେଳେ ଗତ ମାସରେ ଖରାପ ସ୍ବାସ୍ଥ୍ୟବସ୍ଥା ଦର୍ଶାଇ ଏଥିରୁ ବିରତି ନେଇଥିଲେ ।
ଅହଲୁୱାଲିଆ ବ୍ରେନ କ୍ୟାନ୍ସରରେ ପୀଡିତ ଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଇଶର ଯୋଜନା ଆୟୋଗର ପୂର୍ବତନ ଡେପ୍ୟୁଟି ଚେୟାରପର୍ସନ ମୋଣ୍ଟେକ ସିଂହ ଅହଲୁୱାଲିଆଙ୍କ ସ୍ତ୍ରୀ ।