ଓଡିଶା

odisha

ଭାରତରୁ ଫେରିଯିବ ଫୋର୍ଡ

By

Published : Sep 12, 2021, 7:29 PM IST

ନିଜ ଦେଶ ଅର୍ଥାତ ଆମେରିକା ବଜାରେ ମଧ୍ୟ ସଙ୍କଟର ସାମ୍ନା କରୁଛି ଫୋର୍ଡ ମୋଟର(FordMotor) । ସବୁଠୁ ଅଧିକ ବିକ୍ରି ହେଉଥିବା କାର ଫୋର୍ଡ ଇକୋସ୍ପୋର୍ଟ( Ford EcoSport)କୁ ଆମେରିକାରେ ମଧ୍ୟ ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି କମ୍ପାନୀ । ଚଳିତ ସପ୍ତାହରେ କମ୍ପାନୀ ଭାରତରେ ନିଜ କାରବାର ବନ୍ଦ କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲା । ଅଧିକ ପଢନ୍ତୁ...

Ford Motor: ଫୋର୍ଡରେ ଲାଗିବ ବ୍ରେକ ! ଭାରତ ପରେ ଆମେରିକାରେ କମ୍ପାନୀକୁ ଝଟକା
Ford Motor: ଫୋର୍ଡରେ ଲାଗିବ ବ୍ରେକ ! ଭାରତ ପରେ ଆମେରିକାରେ କମ୍ପାନୀକୁ ଝଟକା

ନୂଆଦିଲ୍ଲୀ: ଆମେରିକୀୟ କାର ନିର୍ମାତା କମ୍ପାନୀ ଫୋର୍ଡରେ ଲାଗିପାରେ ବଡ ବ୍ରେକ୍‌ । ନିଜ ଦେଶ ଅର୍ଥାତ ଆମେରିକା ବଜାରେ ମଧ୍ୟ ସଙ୍କଟର ସାମ୍ନା କରୁଛି ଫୋର୍ଡ ମୋଟର(FordMotor) । ସବୁଠୁ ଅଧିକ ବିକ୍ରି ହେଉଥିବା କାର ଫୋର୍ଡ ଇକୋସ୍ପୋର୍ଟ( Ford EcoSport)କୁ ଆମେରିକାରେ ମଧ୍ୟ ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି କମ୍ପାନୀ ।

ଚଳିତ ସପ୍ତାହରେ କମ୍ପାନୀ ଭାରତରେ ନିଜ କାରବାର ବନ୍ଦ କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲା । ଫୋର୍ଡ ଇଣ୍ଡିଆ Ford India ମାତ୍ରାଧିକ କ୍ଷତି ସହିବା ପରେ ଭାରତରେ ଏହାର ଫ୍ୟାକ୍ଟ୍ରିରେ ତାଲା ଝୁଲାଇବାକୁ ନିଷ୍ପତ୍ତି ନେଇସାରିଛି । କମ୍ପାନୀ ଗୁଜୁରାଟର ସାଣନ୍ଦ ଓ ତାମିଲନାଡୁର ଚେନ୍ନାଇ ସ୍ଥିତ ସୟଂନ୍ତ୍ରରେ ଦୁଇଟି ପ୍ଲାଣ୍ଟ ବନ୍ଦ କରିବ ବୋଲି ଜଣାପଡିଛି ।

ଭାରତ ପରେ ଆମେରିକାରେ ମଧ୍ୟ ଫୋର୍ଡକୁ ଲାଗିଛି ଝଟକା । ଖୁବ ଶୀଘ୍ର ଫୋର୍ଡ ଆମେରିକା ମାର୍କେଟରେ ମଧ୍ୟ ଇକୋସ୍ପୋର୍ଟର ବିକ୍ରି ବନ୍ଦ କରିପାରେ । ଇକୋସ୍ପୋର୍ଟ କମ୍ପାନୀର ସବୁଠୁ ସଫଳ ମଡେଲ ମଧ୍ୟରୁ ଗୋଟିଏ । ଭାରତରେ ମଧ୍ୟ ଏହି କାର୍‌ର ବେଶ ଅଧିକ ଗ୍ରାହକ ଅଛନ୍ତି ।

କମ୍ପାନୀର ଇକୋସ୍ପୋର୍ଟ ମଡେଲ ବନ୍ଦ ହେବା ସତ୍ତ୍ବେ ଏହା ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଆମେରିକା ବଜାରରେ ଇକୋସ୍ପୋର୍ଟ ବିକ୍ରି ଆଶାନୁରୂପ ନହେବା କାରଣରୁ ଏହାକୁ ବନ୍ଦ କରିବାର କାରଣ ବୋଲି କୁହାଯାଉଛି । ପ୍ରଥମଥର ୨୦୧୮ରେ ଫୋର୍ଡର ଇକୋସ୍ପୋର୍ଟ ଲଞ୍ଚ କରାଯାଇଥିଲା । ହେଲେ କ୍ରମାଗତ ଚାହିଦା ହ୍ରାସ କାରଣରୁ କମ୍ପାନୀ ଆମେରିକା ବଜାରରୁ ଏହାକୁ ହଟାଇବାକୁ ଯୋଜନା କରୁଛି ।

ଭାରତରେ ଫୋର୍ଡ ମୋଟରର ଅସଫଳତା ପଛରେ ପ୍ରତିସ୍ପର୍ଦ୍ଧାର କାରଣ ରହିଛି । ମହଙ୍ଗା କାର ନିର୍ମାଣ କରିଛି ଫୋର୍ଡ । ଆଫ୍ଟର ସେଲ୍ଫ ସର୍ଭିସ ମଧ୍ୟ ଖରାପ ରହିଥିଲା, ଯେଉଁ କାରଣରୁ ଭାରତୀୟ ବଜାରରେ ଉପଭୋକ୍ତା କାର୍‌କୁ ସେତେ ଅଧିକ ପସନ୍ଦ କଲେନାହିଁ । ଭାରତରେ ଆରମ୍ଭରୁ ସମସ୍ୟାରୁ ସମ୍ମୁଖୀନ କରିଆସୁଥିବା ଫୋର୍ଡ ଅନେକ କ୍ଷତି ସହିଥିଲା ।

ABOUT THE AUTHOR

...view details