ଓଡିଶା

odisha

By

Published : May 15, 2021, 4:16 PM IST

ETV Bharat / business

ରାଜ୍ୟ ସରକାରଙ୍କ ‘ଆସନ’କୁ ପ୍ରଭାବିତ କରେ ନିର୍ବାଚନୀ ବିଜ୍ଞାପନ

ନିର୍ବାଚନ ଫଳାଫଳକୁ ପ୍ରଭାବିତ କରେ ବିଜ୍ଞାପନ ଖର୍ଚ୍ଚ । ଯେଉଁ ରାଜ୍ୟରେ ନିର୍ବାଚନୀ ବର୍ଷରେ ପ୍ରଚାର ଉପରେ ଖର୍ଚ୍ଚ କମ ଥିଲା ସେଠାରେ ସରକାର ନିର୍ବାଚନ ହାରିଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ରାଜ୍ୟ ସରକାରଙ୍କ ‘ଆସନ’କୁ ପ୍ରଭାବିତ କରେ ନିର୍ବାଚନୀ ବିଜ୍ଞାପନ
ରାଜ୍ୟ ସରକାରଙ୍କ ‘ଆସନ’କୁ ପ୍ରଭାବିତ କରେ ନିର୍ବାଚନୀ ବିଜ୍ଞାପନ

ମୁମ୍ବାଇ: କ୍ଷମତା ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ବାଚନୀ ବର୍ଷରେ ପ୍ରଚାର ଓ ବିଜ୍ଞାପନ ଉପରେ ଖର୍ଚ୍ଚ କରିବାକୁ ପଡିଥାଏ । ଆଉ ଏହାର ପ୍ରଭାବ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏସବିଆଇ ଅର୍ଥନୀତିଜ୍ଞ ଶୁକ୍ରବାର ଜାରି ଏକ ରିପୋର୍ଟରେ ଏନେଇ କହିଛନ୍ତି ।

ଏସବିଆଇ ଅର୍ଥନୀତିଜ୍ଞ ଗତ 5 ବର୍ଷରେ 23 ରାଜ୍ୟର ନିର୍ବାଚନ ବିଶ୍ଲେଷଣ ଆଧାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁ ରାଜ୍ୟରେ ନିର୍ବାଚନୀ ବର୍ଷରେ ପ୍ରଚାର ଉପରେ ସରକାରୀ ଖର୍ଚ୍ଚ କମ ରହିଥିଲା , ସେଠାରେ ପ୍ରାୟତଃ ସରକାର ନିର୍ବାଚନ ହାରିଯାଇଛନ୍ତି ବୋଲି ଦର୍ଶାଯାଇଛି ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି କି, ଏହି ନିର୍ବାଚନରେ ମତଦାନ କରିବା ପାଇଁ ବାହାରିଥିବା ମତଦାତାଙ୍କ ସଂଖ୍ୟା, ମହିଳା ମତଦାତା , ଜାତି ଆଧାରିତ ମତଦାନ, ବର୍ତ୍ତମାନ ନେତୃତ୍ବ, , କ୍ଷମତା ବିରୋଧୀ ଲହର ଆଦି ଅନ୍ୟ କାରଣ ଥିଲେ । ହେଲେ 10 ରାଜ୍ୟରେ ଏକ ସାଧାରଣ ନିର୍ଯ୍ୟାସ ଦେଖିବାକୁ ମିଳିଛି କି, ଯେଉଁଠି ପୁରୁଣା ପାର୍ଟି କ୍ଷମତା ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି , ତାହା କାରଣ ନିର୍ବାଚନ ବିଜ୍ଞାପନ ବା ବିଜ୍ଞାପନ ଉପରେ ସାର୍ବଜନୀକ ଖର୍ଚ୍ଚ ବଢାଇବା ଥିଲା ।

ନିକଟରେ ଯେଉଁ ରାଜ୍ୟରେ ନିର୍ବାଚନ ପରିଣାମ ସାମ୍ନାକୁ ଆସିଛି, ସେଥିରେ କେରଳ ଓ ପଶ୍ଚିମବଙ୍ଗ ନିର୍ବାଚନ ବର୍ଷରେ ସୂଚନା ଓ ପ୍ରଚାର ଉପରେ କ୍ୟାପିଟାଲ ଏକ୍ସପେଣ୍ଡିଚରରେ କ୍ରମଶଃ 47 ପ୍ରତିଶତ ଓ 8 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଯେଉଁଥିପାଇଁ ପିନାରାଇ ବିଜୟନ ଓ ମମତା ବାନାର୍ଜୀ କ୍ଷମତା ବଜାୟ ରଖିଲେ । ରିପୋର୍ଟରେ ଏ ନେଇ ଉଲ୍ଲେଖ ରହିଛି ।

ଅନ୍ୟପଟେ ତାମିଲନାଡୁରେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ବାଚନୀ ବର୍ଷରେ ବିଜ୍ଞାପନରେ ସାମାନ୍ୟ 2 ପ୍ରତିଶତ ବୃଦ୍ଧି ପରେ ସରକାର ପରିବର୍ତ୍ତନ ହୋଇଛି ।

ABOUT THE AUTHOR

...view details