ଚଣ୍ଡିଗଡ: ବନ୍ଦ ହେବ ଏସିଆ ମହାଦେଶର ସର୍ବବୃହତ ପ୍ଲାଏ ଇଣ୍ଡଷ୍ଟ୍ରି ! ବର୍ତ୍ତମାନ ସୁଦ୍ଧା ମାନ୍ଦା ମାଡରେ 150 ଫ୍ୟାକ୍ଟ୍ରିରେ ତାଲା ଝୁଲିସାରିଲାଣି । ଯେଉଁଥିପାଇଁ ହଜାର ସଂଖ୍ୟକ କର୍ମଚାରୀ ରୋଜଗାର ହରାଇଲେଣି ।
ସ୍ଥିତି ଏପରି ଯେ, ଫ୍ୟାକ୍ଟ୍ରି ଗୁଡିକୁ ଶସ୍ତାରେ କିଣିବାକୁ ମଧ୍ୟ କେହି ରାଜି ନୁହଁନ୍ତି । ହତାଶ ହୋଇ ବହୁ ବେପାରୀ ଋଣ ଭାରରେ ବୁଡି ଆତ୍ମହତ୍ୟା କରୁଛନ୍ତି । ଏପଟେ କ୍ଷତିରୁ ବଞ୍ଚିବାକୁ ଅଧିକାଂଶ ଫ୍ୟାକ୍ଟ୍ରି ବନ୍ଦ ହେବା ଉପରେ।
ଯମୁନାନଗର ଜିଲ୍ଲାରେ ବୋର୍ଡର 370 ୟୁନିଟ ରହିଥିବା ବେଳେ ପିଲିଙ୍ଗ, ଆରା ଓ ଚିପ୍ପର ପାଖାପାଖୀ 800 ୟୁନିଟ ରହିଛି । ଆଉ ସବୁଗୁଡିକ ଏବେ ଋଣ ଚାପରେ ଚେପା । ଏନେଇ ପ୍ଲାଏଉଡ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ଚାୱାଲ କହିଛନ୍ତି ଯେ, ଚାହିଦା ଓ ଯୋଗାଣରେ ସନ୍ତୁଳନ ରହୁନଥିବାରୁ କଞ୍ଚାମାଲ ଦର 400ରୁ ବୃଦ୍ଧି ପାଇ 1000 ଟଙ୍କାରେ ପହଞ୍ଚିଲାଣି । ଯେତେବେଳେ କି ଫୁଟ ପିଛା ବୋର୍ଡ ରେଟ 36ରୁ ବଢି 38 ଛୁଇଁଲାଣି।