ଓଡିଶା

odisha

By

Published : Jul 25, 2020, 1:29 PM IST

ETV Bharat / business

ନଭେମ୍ବର ଯାଏଁ ବଢିବନି ଘରୋଇ ବିମାନ ଭଡା

ବିମାନ ଭଡା ଧାର୍ଯ୍ୟ ଅବଧି ବଢିଲା । ମହଙ୍ଗା ହେବନି ଟିକେଟ ଦାମ କୋରୋନା ସଙ୍କଟ ମଧ୍ୟରେ ସେବା ଚାଲୁ ରଖିବା ନେଇ ବିମାନ ଭଡାର ସର୍ବାଧିକ ଓ ସର୍ବନିମ୍ନ ସୀମା ଫିକ୍ସ ତାରିଖ ନଭେମ୍ବର 24 ପର୍ଯ୍ୟନ୍ତ ବଳବତ୍ତର ରହିବ । ଅଧିକ ପଢନ୍ତୁ..

ନଭେମ୍ବର ଯାଏଁ ବଢିବନି ଘରୋଇ ବିମାନ ଭଡା
ନଭେମ୍ବର ଯାଏଁ ବଢିବନି ଘରୋଇ ବିମାନ ଭଡା

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର ! ନଭେମ୍ବର 24 ଯାଏଁ ଘରୋଇ ବିମାନ ପାଇଁ ଭଡା ଫିକ୍ସ ଅବଧି ବଢିଲା । ଅର୍ଥାତ ନଭେମ୍ବର ଯାଏଁ ବଢିବନି ବିମାନ ଭଡା । କୌଣସି ମଧ୍ୟ ରୁଟର ସର୍ବାଧିକ ଓ ସର୍ବନିମ୍ନ ଭଡା ଫିକ୍ସ କରାଯାଇଛି ।

ପୂର୍ବରୁ ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମେ 21ରେ ଆଦେଶ ଜାରି କରାଯାଇଥିଲା । ଆଦେଶରେ ବିମାନ ଭଡା ଫିକ୍ସ ଅବଧିକୁ ଅଗଷ୍ଟ 24 ଯାଏଁ ରଖାଯାଇଥିଲା ।

ସମଗ୍ର ଦେଶରେ ମାର୍ଚ୍ଚ 25ରେ ଲକଡାଉନ କରାଯାଇଥିଲା । ମାର୍ଚ୍ଚ 23ରେ ଅନ୍ତର୍ଜାତୀୟ ଓ ମାର୍ଚ୍ଚ 25ରେ ଘରୋଇ ଏୟାର ସର୍ଭିସ ବନ୍ଦ କରାଯାଇଥିଲା । 2 ମାସ ପରେ ମେ 25ରେ ଡୋମେଷ୍ଟିକ ଏୟାର ସର୍ଭିସ ନିୟମ ଓ ସର୍ତ୍ତ ସହ ଆରମ୍ଭ କରାଯାଇଥିଲା । କମର୍ସିଆଲ ଇଣ୍ଟରନ୍ୟାସନାଲ ଫାଇସ ସେବା ଏବେ ସୁଦ୍ଧା ଆରମ୍ଭ ହୋଇନାହିଁ । ତେବେ air bubble ଅଧିନରେ ଆମେରିକା , ଫ୍ରାନ୍ସ , ଜର୍ମାନୀ ଭଳି ଦେଶ ପାଇଁ ଇଣ୍ଟରନ୍ୟାସନାଲ ଫ୍ଲାଇଟ ଉଡାଣ ହେଉଛି ।

ABOUT THE AUTHOR

...view details