ନୂଆଦିଲ୍ଲୀ: ଲକଡାଉନ କୋହଳ, ଆର୍ଥିକ ଗତିବିଧି ସ୍ବଭାବ ସହ ସ୍ବାଭାବିକ ହୋଇଛି ଭାରତର ବିମାନ ଚାହିଦା । ଭାରତର ଘରୋଇ ବିମାନ ଯାତାୟତ ଚାହିଦା 2022ର ଦ୍ବିତୀୟ ଛଅମାସ ସୁଦ୍ଧା ପୂର୍ବ ସ୍ତରକୁ ଫେରିବ । ଆଉ 2030 ବେଳକୁ ଏହାର ଆକାର ମହାମାରୀ ପୂର୍ବ ସ୍ତରର ଦୁଇଗୁଣା ହେବା ଆଶା ରହିଛି । ବିମାନ ନିର୍ମାତା କମ୍ପାନୀ ବୋଇଙ୍ଗ ବୁଧବାର ପୂର୍ବାନୁମାନ ଲଗାଇଛି ।
ବୋଇଙ୍ଗ କମର୍ସିଆଲ ଏୟାରପ୍ଲେନର ଆଞ୍ଚଳିକ ମାର୍କେଟିଂ ଡିରେକ୍ଟର ଡେଭିଡ ଶୁଳ୍ଟେ ଅନୁସାରେ କୋଭିଡ-19 ମହାମାରୀ ପ୍ରଭାବ ପରେ ବାୟୁ ଯାତାୟତ ସ୍ତର 2022ର ଦ୍ବିତୀୟ ଛଅମାସ ପର୍ଯ୍ୟନ୍ତ 2019 ସ୍ତରକୁ ଫେରିଆସିବ । ଆଉ ଅନ୍ତରାଷ୍ଟ୍ରୀୟ ଯାତାୟତ ବୈଶ୍ବିକ ଅନୁସରଣ କରି 2030 ସୁଦ୍ଧା ପୂର୍ବ ମହାମାରୀ ସ୍ତରର ଦୁଇଗୁଣା ହୋଇଯିବ ।