ନୂଆଦିଲ୍ଲୀ: ଆମାଜନ ଇଣ୍ଡିଆର ଗ୍ରେଟ ଇଣ୍ଡିଆନ ଫେଷ୍ଟିଭଲ (ଜିଆଇଏଫ) ଅକ୍ଟୋବର 17ରୁ ଆରମ୍ଭ ହେବ । ଏ ନେଇ କମ୍ପାନୀ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ସେହିପରି ଫ୍ଲିପକାର୍ଟ ଏହାର ବିଗ ବିଲିୟନ ଡେ ଅକ୍ଟୋବର 16ରୁ ଆରମ୍ଭ କରିବ ।
ତେବେ ଆମାଜନ କହିଛି କି ଏହାର ପ୍ରାଇମ ମେମ୍ବର୍ସ ପାଇଁ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲର ଆରମ୍ଭ ଅକ୍ଟୋବର 16ରୁ ହୋଇଯିବ ।
ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ 6.5 ଲକ୍ଷରୁ ଅଧିକ ସେଲର୍ସ ଆମାଜନ ଡଟ ଇନରେ ନିଜ ନିଜ ପ୍ରଡକ୍ଟକୁ ଉପସ୍ଥାପନ କରିବେ । ଏଥିସହ ଗ୍ରାହକଙ୍କୁ 4 କୋଟିରୁ ଅଧିକ ପ୍ରଡକ୍ଟସ କ୍ରୟର ସୁଯୋଗ ମିଳିବ ।
ଆମାଜନ କହିଛି କି 100ରୁ ଅଧିକ ସହରର 20 ହଜାରରୁ ଅଧିକ ଦୋକାନ ମଧ୍ୟ ଏହି ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲରେ ସାମିଲ ହେବେ । ଏହା ବ୍ୟତୀତ କମ୍ପାନୀ କହିଛି କି ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲରେ କ୍ରେଡିଟ ଏବଂ ଡେବିଟ କାର୍ଡରୁ କ୍ରୟ ଉପରେ ନୋ କଷ୍ଟ ଇଏମାଇ ମିଳିବ । ଏହା ବ୍ୟତୀତ ଅନେକ ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯିବ ।
ଆମାଜନ ଅନୁସାରେ ଭାରତୀୟ ଉପଭୋକ୍ତା ଅଧିକରୁ ଅଧିକ ସଂଖ୍ୟାରେ ଗ୍ରେଡ ଇଣ୍ଡିଆନ ଫେଷ୍ଟିଭାଲରେ ସାମିଲ ହୋଇପାରିବେ । ଏଣୁ ଏହି ବର୍ଷ ସେମାନଙ୍କୁ 6 ଭାଷା ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଓ କନ୍ନଡରେ କ୍ରୟର ସୁଯୋଗ ସୁବିଧା ମିଳିବ ।