ଓଡିଶା

odisha

By

Published : Apr 26, 2021, 8:49 PM IST

ETV Bharat / business

ମେ 31 ଯାଏଁ ବଢିବନି ବିମାନ ଭଡା

ବଢିଲା ବିମାନ ଭଡା ଫିକ୍ସ ଅବଧି । ବର୍ତ୍ତମାନ ସମୟରେ ଲାଗୁ ହୋଇଥିବା ଭଡା ବିମାନ ଭଡା 2021 ମେ 31 ଯାଏଁ ବଳବତ୍ତର ରହିବ । ଅଧିକ ପଢନ୍ତୁ..

ମେ 31 ଯାଏଁ ବଢିବନି ବିମାନ  ଭଡା
ମେ 31 ଯାଏଁ ବଢିବନି ବିମାନ ଭଡା

ନୂଆଦିଲ୍ଲୀ: ବୃଦ୍ଧି ହେବନି ଘରୋଇ ବିମାନର ଭଡା । ବର୍ତ୍ତମାନ ଲାଗୁ ଥିବା ବିମାନ ଭଡା 2021 ମେ 31 ଯାଏଁ ବଳବତ୍ତର ରହିବ । ଏନେଇ ସୋମବାର ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ଆଦେଶନାମା ଜାରି ହୋଇଛି ।

ଘରୋଇ ବିମାନ କମ୍ପାନୀଗୁଡିକ ପାଇଁ ବର୍ତ୍ତମାନର ଏୟାରଫେୟାର କ୍ୟାପର ବୈଧତା ବଢିବା ସହ କେନ୍ଦ୍ର ସରକାର ବିମାନ ସେବାଗୁଡିକର କ୍ଷମତାକୁ ଅପରିବର୍ତ୍ତିତ ରଖିଛନ୍ତି । ବିଭାଗୀୟ ମନ୍ତ୍ରାଳୟ ଅନୁସାରେ ଆସନ୍ତା ମାସର ଶେଷ ସୁଦ୍ଧା 80 ପ୍ରତିଶତ ଏୟାରଲାଇନ କ୍ୟାପାସିଟି ବି ବୃଦ୍ଧି ହେବନି ।

2 ଟି ଅଲଗା ଅଲଗା ଆଦେଶରେ ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି କି , ବିମାନ ଭଡା ସମୟସୀମା ଅବଧି ଏପ୍ରିଲ 30 ରୁ ମେ 31 ଯାଏଁ ବଢିଛି । 2020 ମେ 20 ରେ ବିମାନ ଭଡା ଉପରେ ଲାଗୁ ସର୍ବାଧିକ ଏବଂ ସର୍ବନିମ୍ନ ସୀମା ଧାର୍ଯ୍ୟ କରାଯାଇଥିଲା । ଅନ୍ୟ ଏକ ଆଦେଶରେ ଏୟାରଲାଇନ୍ସକୁ କେବଳ ଗ୍ରୀଷ୍ମକାଳୀନ ସୂଚୀ 80 ପ୍ରତିଶତ କ୍ଷମତା ପାଇଁ ଅନୁମତି ଦିଆଯାଇଥିଲା

କୋରୋନା ପ୍ରହାରରେ ଗଭୀର ଭାବେ ପ୍ରଭାବିତ ବିମାନ ସେକ୍ଟର ଧୀରେ ଧୀରେ ସୁଧୁରୁଥିବା ବେଲେ ଏବେ ଦ୍ବିତୀୟ ଲହର ପୁଣି ଚିନ୍ତା ବଢାଇଛି । କୋରୋନା କଟକଣା ପ୍ରଭାବ ଯାତାୟତ ଉପରେ ଦେଖିବାକୁ ମିଳିଛି । ଏଣୁ ଆର୍ଥିକ ସହାୟତା ପାଇଁ ଦାବି କରିଥିଲେ ବିମାନ କମ୍ପାନୀ ।

ABOUT THE AUTHOR

...view details