ଓଡିଶା

odisha

By

Published : Sep 18, 2019, 11:36 AM IST

ETV Bharat / business

ଭାରତ ସହ ବାଣିଜ୍ୟ କାରବାରକୁ ଆମେରିକା କଂଗ୍ରେସର ସ୍ବାଗତ

ଭାରତ ସପକ୍ଷରେ ଆମେରିକାର କଂଗ୍ରେସ । ଜିଏସପି ସମ୍ବନ୍ଧରେ ନିଆଯାଇଥିବା ନିଷ୍ପତ୍ତିରୁ ଓହରି ଭାରତକୁ ସବୁ ପ୍ରକାରର ଫାଇଦା ଯୋଗାଇବାକୁ ନିଜ ଦେଶର ବାଣିଜ୍ୟିକ ପ୍ରତିନିଧି ରୋବର୍ଟ ଲାଇଠାଇଜରଙ୍କୁ ଚିଠି ଲେଖିଛନ୍ତି 44 କଂଗ୍ରେସ ସଦସ୍ୟ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ମୋଦି 2.0ରେ କାରବାର ସମ୍ପର୍କ ନେଇ ଉତ୍ସାହିତ ଆମେରିକା । ଏଥିଯୋଗୁଁ ପୁଣିଥରେ ଭାରତକୁ ଜେନେରାଲାଇଲ୍ଡ ସିଷ୍ଟମ ଅଫ ପ୍ରିଫରେନ୍ସ (ଜିଏସପି) ତାଲିକାରେ ସାମିଲ ପାଇଁ ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କୁ ଚିଠି ଲେଖିଛନ୍ତି ଆମେରିକାର 44 କଂଗ୍ରେସ ସଦସ୍ୟ । ଯଦି ଟ୍ରମ୍ପ ସରକାର ଏଥିରେ ମୋହର ମାରନ୍ତି ତେବେ ଭାରତୀୟ ରପ୍ତାନୀକାରୀ ଅଧିକ ଲାଭପ୍ରଦ ହେବେ ।

ଫଟୋ ସୌଜନ୍ୟ-ଏଏନଆଇ

ମୋଦିଙ୍କ ଦ୍ବିତୀୟ ଇନିଂସରେ ଆମେରିକା ସହ ବାଣିଜ୍ୟ ବୃଦ୍ଧି ପାଉଛି । ଆମେରିକା ବଜାର ଚାହିଦା ଅନୁୟାୟୀ ଯୋଗାଣ ବଢୁଛି । ହାରାହାରି ଦେଖିବାକୁ ଗଲେ ଜିଏସପି ସମ୍ବନ୍ଧରେ ନିଆଯାଇଥିବା ନିଷ୍ପତ୍ତିରୁ ଓହରି ଭାରତକୁ ସବୁ ପ୍ରକାରର ଫାଇଦା ଯୋଗାଇବାକୁ 2017ରେ ଜିଏସପି ଲିଷ୍ଟରେ ସାମିଲ ହୋଇଥିବା ଭାରତ ଏହାର ବଡ ଲାଭାର୍ଥୀ । କାରଣ ଏହା ଅନୁଯାୟୀ, ଆମେରିକା ଭାରତ ଠାରୁ କୌଣସି ପ୍ରକାର ଆମଦାନୀ ଶୁକ୍ଲ ନେଉନାହିଁ । ଫଳରେ ଭାରତର 5.6 ଅରବ ଡଲାର ସାମଗ୍ରୀ ନିର୍ଦ୍ବନ୍ଦ୍ବରେ ରପ୍ତାନୀ କରିଥିଲା । କିନ୍ତୁ ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ଭାରତକୁ ଜିଏସପି ତାଲିକାରୁ ଜୁଲାଇ 5ରୁ ବାଦ ଦିଆଯାଇଥିଲା ।


ଜିଏସପି ହେଉଛି ଏକ କର ମୁକ୍ତ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ରାଷ୍ଟ୍ର ଆମେରିକାକୁ ବିନା ଶୁକ୍ଳରେ ହଜାର ହଜାର ସାମଗ୍ରୀ ରପ୍ତାନୀ କରିଥାନ୍ତି । ଏପରି ବ୍ୟବସ୍ଥା ପ୍ରଦାନରେ ଆମେରିକା ପ୍ରଥମ ରାଷ୍ଟ୍ର । 2017ରେ ଜିଏସପି ଲିଷ୍ଟରେ ସାମିଲ ହୋଇଥିବା ଭାରତ ଏହାର ବଡ ଲାଭାର୍ଥୀ । କାରଣ ଏହା ଅନୁଯାୟୀ, ଆମେରିକା ଭାରତ ଠାରୁ କୌଣସି ପ୍ରକାର ଆମଦାନୀ ଶୁକ୍ଲ ନେଉନାହିଁ । ଫଳରେ ଭାରତର 5.6 ଅରବ ଡଲାର ସାମଗ୍ରୀ ନିର୍ଦ୍ବନ୍ଦରେ ରପ୍ତାନୀ କରିଥିଲା । କିନ୍ତୁ ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ଭାରତକୁ ଜିଏସପି ତାଲିକାରୁ ଜୁଲାଇ 5ରୁ ବାଦ ଦିଆଯାଇଥିଲା ।

ABOUT THE AUTHOR

...view details