ଓଡିଶା

odisha

By

Published : Jun 1, 2019, 10:09 AM IST

Updated : Jun 1, 2019, 1:01 PM IST

ETV Bharat / briefs

ଦାୟିତ୍ବ ନେଲେ ସ୍ବରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରୀ

ଦାୟିତ୍ବ ଗ୍ରହଣ ପୂର୍ବରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଗତ 30 ତାରିଖରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶୁକ୍ରବାର ମନ୍ତ୍ରୀ ମାନଙ୍କର ବିଭାଗ ବଣ୍ଟନ ହୋଇଥିଲା । ଏହା ପରେ ଚାଲିଛି ମନ୍ତ୍ରୀଙ୍କ ଦାୟିତ୍ବ ଗ୍ରହଣ ପର୍ବ । କିଏ ଶୁଭ ସମୟ ଦେଖି ଦାୟିତ୍ବ ନେଉଛନ୍ତି ତ କିଏ ଜ୍ୟୋତିଷଙ୍କ ପରାମର୍ଶରେ ନେଉଛନ୍ତି ଦାୟିତ୍ବ ।

ଶନିବାର ସରକାରଙ୍କ ଦୁଇ ପ୍ରମୁଖ ମନ୍ତ୍ରୀ ବା ଦ୍ବିତୀୟ ଓ ତୃତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ଅମିତ ଶାହ ଓ ରାଜନାଥ ସିଂହ ନିଜ ବିଭାଗ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତି । ଅମିତଙ୍କୁ ସ୍ବରାଷ୍ଟ୍ର ବିଭାଗ ମିଳିଥିବା ବେଳେ ରାଜନାଥଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଛି ।

ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ବ ନେବା ପୂର୍ବରୁ ରାଜନାଥ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ଯାଇ ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Last Updated : Jun 1, 2019, 1:01 PM IST

ABOUT THE AUTHOR

...view details