ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଆଜି(ସୋମବାର) ଗୋଟିଏ ଦିନରେ 89 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ହଜାର ପାର ସଂକ୍ରମଣଙ୍କ ସଂଖ୍ୟା । କ୍ବାରେଣ୍ଟାଇନ କେନ୍ଦ୍ରରୁ 65 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 24 ଏବଂ 107 ଜଣ ସୁସ୍ଥ ହୋଇଛନ୍ତି ।
କ୍ବାରେଣ୍ଟାଇନ କେନ୍ଦ୍ରରୁ ଟିହ୍ନଟ ମଧ୍ୟରୁ 17 ଜଣ ଆଇଗିଣିଆର ଆଲୁଗଦି ଅଞ୍ଚଳରୁ ହୋଇଥବା ବେଳେ 7 ଜଣ ରିଜର୍ଭ ପୋଲିସ କଲୋନୀ, 5 ଜଣ ଗୌତମ ନଗର, 4 ଜଣ ବଡଗଡ , 3 ଜଣ ଜିଜିପି କଲୋନୀ, 3 ଜଣ ଜାଗମରା, 3 ଜଣ ଚନ୍ଦ୍ରଶେଖରପୁର, 2 ଜଣ ୟୁନିଟ-6 , 2 ଜଣ ବିଜେବି ନଗର, 2 ଜଣ ସିବିଆଇ କଲୋନୀ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏପଟେ ପୋଖରିପୁଟ, ଜଗମରା, ସତ୍ୟନଗର, କପିଲା ପ୍ରସାଦ, କଳ୍ପନା ଛକ, ଟଙ୍କପାଣି, ଓଲଡ଼ ଟାଉନ, ଡେ଼ଲ୍ଟା ଛକ ନିକଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।