ଓଡିଶା

odisha

By

Published : Jan 5, 2023, 9:33 AM IST

ETV Bharat / bharat

ଷ୍ଟେସନରେ ଚାଞ୍ଚଲ୍ୟ, ପ୍ଲାଷ୍ଟିକ ଡ୍ରମରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ଯଶବନ୍ତପୁର ରେଳ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ଏକ ପ୍ଲାଷ୍ଟିକ ଡ୍ରମରୁ ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

ପ୍ଲାଷ୍ଟିକ ଡ୍ରମରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
ପ୍ଲାଷ୍ଟିକ ଡ୍ରମରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ:ରେଲଓ୍ବେ ଷ୍ଟେସନରେ ଚାଞ୍ଚଲ୍ୟ । ରେଳଓ୍ବେ ଷ୍ଟେସନ ଭିତରେ ଥିବା ଏକ ପ୍ଲାଷ୍ଟିକ ଡ୍ରମରୁ ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି(Decomposing Body of a Woman Was Found in a Plastic Drum at a Railway Station in Bengaluru) । ଯଶବନ୍ତପୁର ରେଳ ଷ୍ଟେସନରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ସଫେଇ କର୍ମଚାରୀମାନେ ପ୍ରଥମେ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ସୂଚନାମୁତାବକ, ଗତକାଲି(ବୁଧବାର) ସକଳେ ସଫେଇ କର୍ମଚାରୀମାନେ ଯଶବନ୍ତପୁର ରେଳ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମ (Platform 1 of Yesvantpur railway station ) ସଫା କରୁଥିବାବେଳେ ଏକ ଡ୍ରମ ଭିତରେ ମହିଳାଙ୍କ ଗଳିତ ମୃତଦେହ ଥିବା ଦେଖିବାକୁ ପାଇଥିଲେ । ମୃତଦେହଟିକୁ କପଡା ଦ୍ବାରା ଘୋଡାଯାଇଥିବା ନେଇ ସୂଚନା ଦିଆଯାଇଛି । ଏନେଇ ସଫେଇ କର୍ମଚାରୀମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ଇନଷ୍ଟାଗ୍ରାମ ରିଲ୍‌ରୁ ରିଅଲ କ୍ରାଇମ, ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ

ପୋଲିସର କହିବା ଅନୁସାରେ, "ଉକ୍ତ ମହିଳାଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ । ଉକ୍ତ ମହିଳାଙ୍କୁ ୩ରୁ ୪ଦିନ ତଳେ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାସହ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । "

ଦକ୍ଷିଣ ପଶ୍ଚିମ ରେଳବିଭାଗର ବେଙ୍ଗାଲୁରୁ ଡିଭିଜନର ଅତିରିକ୍ତ ରେଲଓ୍ବେ ମେନେଜର କୁସୁମ ହରିପ୍ରସାଦ କହିଛନ୍ତି(Additional Divisional Railway Manager, Bengaluru Division, South Western Railway), " ପ୍ରଥମେ ସଫେଇ କର୍ମଚାରୀମାନେ ହିଁ ଡ୍ରମ ଭିତରେ ଗଳିତ ମୃତଦେହ ଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ଫରେନ୍ସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରେଲଓ୍ବେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । କେଉଁ ପରିସ୍ଥିତିରେ ଡ୍ରମ ଭିତରକୁ ମୃତଦେହ ଆସିଲା ସେ ନେଇ ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି । "

ଏହା ମଧ୍ୟ ପଢନ୍ତୁ: ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ମହିଳାଙ୍କୁ ଖଣ୍ଡଖଣ୍ଡ କରି ଡ୍ରମରେ ରଖିଥିଲା ଯୁବକ

ପ୍ରକାଶଥାଉକି, ଗତ ୬ ତାରିଖ ଦିନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । ବିଶାଖାପାଟଣାର ମଧୁରାୱାଡାର ବିକାଲାଙ୍ଗୁଲା କଲୋନୀରେ ଥିବା ଗୋଟିଏ ଘରର ଡ୍ରମ ଭିତରୁ ପୋଲିସ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତଦେହର ଖଣ୍ଡ ସମ୍ପୂର୍ଣ୍ଣ ରୂପେ ପଚିଯାଇଥିବା ବେଳେ ଡ୍ରମ ଭିତରେ ଅଧିକ ଦିନ ରହିଥିବା ନେଇ ପୋଲିସ ଅନୁମାନ କରିଥିଲା । ତେବେ ଏହି ହତ୍ୟାକାଣ୍ଡ ନିଜ ସ୍ବାମୀହିଁ କରିଥିବା ନେଇ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ଋଷିବର୍ଦ୍ଧନ ନାମକ ଜଣେ ୪୦ ବର୍ଷୀୟ ଯୁବକକୁ ଗିରଫ କରିଥିଲା ପୋଲିସ ।

ABOUT THE AUTHOR

...view details