ଓଡିଶା

odisha

By

Published : Mar 25, 2023, 11:31 AM IST

Updated : Mar 25, 2023, 11:41 AM IST

ETV Bharat / bharat

ରାକ୍ଷସୀ ରୂପୀ ମାଆ ! ପ୍ରେମିକ ସହ ମିଶି ପୁଅ-ଝିଅକୁ ହତ୍ୟା

ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ । ପ୍ରେମିକ ସହ ମିଶି ପୁଅ-ଝିଅକୁ ହତ୍ୟା କଲା ରାକ୍ଷସୀ ମାଆ । ଅଧିକ ପଢନ୍ତୁ

murder in up
murder in up

ଲକ୍ଷ୍ନୌ: କୁହାଯାଏ ମାଆ ଅଛି ଯାହାର ଭୟ ନାହିଁ ତାହାର । ମାଆ ପାଖରେ ସମସ୍ତେ ସୁରକ୍ଷିତ । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ମାଆ ନିଜ ସନ୍ତାନକୁ ରକ୍ଷା କରିଥାଏ । ହେଲେ ଉତ୍ତରପ୍ରଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି । ଏଠାରେ ମାଆର ମମତା ମରିଯାଇଛି । ପ୍ରେମିକ ସହ ମିଶି ସଇତାନ ସାଜିଛି ମାଆ । ନିଜ ଜନ୍ମକଲା ଛୁଆଙ୍କୁ ହତ୍ୟା କରି ଡ୍ରେନରେ ଫିଙ୍ଗି ଦେଇଛି । ଯେଉଁ ହାତ ପିଲାଙ୍କ ପାଇଁ ସୁରକ୍ଷା କବଚ ପାଲଟିଥିଲା ତାହା ପାଲଟି ଯାଇଛି ମୃତ୍ୟୁର ମାଧ୍ୟମ । ଉତ୍ତର ପ୍ରଦେଶର ମେରଟରୁ ଏହି ଛାତିଥର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ ମୋଟ ୬ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ଘଟଣାଟି ଗତ ମାର୍ଚ୍ଚ ୨୨ ତାରିଖର । ମେରଟର ଜଣେ ମହିଳା ପ୍ରେମିକ ସହ ମିଶି ନିଜର ୧୦ ବର୍ଷର ପୁଅ ଏବଂ ୬ ବର୍ଷର ଝିଅକୁ ହତ୍ୟା କରିଛି । ମହିଳାଙ୍କ ପ୍ରେମିକର ନାମ ସାଉଦ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର କାଉନସିଲର ବୋଲି ଜଣାପଡିଛି । ପୋଲିସ କହିବା ଅନୁସାରେ, ଏହି ହତ୍ୟାକାଣ୍ଡରେ ମହିଳାଙ୍କ କିଛି ପଡୋଶୀ ମଧ୍ୟ ସାମିଲ ଥିଲେ । ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କୁ ଗିରଫ କରାଯାଇଛି । ତେବେ ହତ୍ୟା ପରେ ଅପରାଧ ଲୁଚାଇବା ପାଇଁ ଅଭିଯୁକ୍ତ ମାଆ ଥାନାରେ ଛୁଆ ନିଖୋଜ ଥିବା ସମ୍ପର୍କରେ ଏତଲା ଦେଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: Karnataka Assembly Polls: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ବରୁଣରୁ ଲଢିବେ ସିଦ୍ଧରମୈୟା

ଅନ୍ୟପଟେ ଏହି ଘଟଣାକୁ ନେଇ ଏସ୍ପି ପିୟୁସ ସିଂ କହିଛନ୍ତି, "ଏହି ହତ୍ୟାକାଣ୍ଡ ମାମଲାରେ ୩ଜଣ ପୁରୁଷ ଏବଂ ୩ଜଣ ମହିଳା ସାମିଲ ଅଛନ୍ତି । 6 ବର୍ଷର ଝିଅକୁ ନିଜ ଘରେ ହତ୍ୟା କରାଯାଇଥିବା ବେଳେ ୧୦ ବର୍ଷର ପୁଅକୁ ପଡୋଶୀଙ୍କ ଘରେ ହତ୍ୟା କରାଯାଇଥିଲା । ଏହାପରେ ତାଙ୍କର ମୃତଦେହକୁ ଡ୍ରେନରେ ଫିଙ୍ଗି ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମୃତଦେହକୁ ଉଦ୍ଧାର କରାଯାଇ ପାରିନାହିଁ । ସମସ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡକ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 25, 2023, 11:41 AM IST

ABOUT THE AUTHOR

...view details