ନୂଆଦିଲ୍ଲୀ: ଅନଲାଇନ ସପିଂ ପ୍ଲାର୍ଟଫର୍ମ ଆପ୍ Amazon ଦେଶର ଜାତୀୟ ପତାକାକୁ ଅସମ୍ମାନ କରିଥିବା ହୋଇଛି ଚର୍ଚ୍ଚା । ତେବେ ଏପରି ଖବର ଆମାଜ୍ନ୍ ପାଇଁ ପ୍ରଥମ ନୁହେଁ । ଗତ ୫ ବର୍ଷ ପୂର୍ବରୁ ମଧ୍ୟ ଆମାଜନ୍ ବିରୋଧରେ ଆସିଥିଲା ଏପରି ଅଭିଯୋଗ । ଭାରତୀୟ ଜାତୀୟ ପତାକା ପ୍ରିଣ୍ଟ ଥିବା ଟି-ସାର୍ଟ, ଫେସମାସ୍କ ଆଦି ବିକ୍ରି କରିବା ପରେ ନେଟିଜେନ୍ସମାନେ ଆମାଜନ୍କୁ କରିଛନ୍ତି ଟାର୍ଗେଟ । ଏପରି ପ୍ରିଣ୍ଟ କରି ଆମାଜନ୍ ଜାତୀୟ ପତାକାକୁ ଅସମ୍ମାନ କରିଛି ବୋଲି ସୋସିଆଲ ମିଡ଼ିଆରେ ହେଉଛି ଚର୍ଚ୍ଚା ।
ଗତ ୨୦୧୭ ମସିହାରେ ଆମାଜନ୍ ଜାତୀୟ ପତାକା ପ୍ରିଣ୍ଟ ଥିବା ଡୋର୍ମ୍ୟାଟ୍କୁ ବିକ୍ରି କରିଥିଲା । ଏଥିଲାଗି କମ୍ପାନୀ କ୍ଷମା ମଧ୍ୟ ମାଗିଥିଲା । ତେବେ ଆଗକୁ ସାଧାରଣତନ୍ତ୍ର ଦିବସ ଆସୁଥିବାରୁ କମ୍ପାନୀ ପୁଣି ଜାତୀୟ ପତାକା ପ୍ରିଣ୍ଟ ଥିବା ଟି-ସାର୍ଟ, ଫେସମାସ୍କ, ଟକୋଲେଟ ଆଦି ବିକ୍ରି କରୁଛି । ଏଥିରା ଜାତୀୟ ପତାକାର ୩ଟି ରଙ୍ଗ ରହିଛି । ଆମାଜନ୍ ଜାତୀୟତାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି କି କେବଳ ଏହି ସାମଗ୍ରୀ ବିକ୍ରି କରି ଅର୍ଥ ଉପାର୍ଜନ କରିବାକୁ ଚାହୁଁଛି ତାହାକୁ ନେଇ ହେଉଛି ଚର୍ଚ୍ଚା ।
ଏହା ବି ପଢନ୍ତୁ: ୧୪ ଦିନରେ ଶୀର୍ଷ ଛୁଇଁପାରେ ତୃତୀୟ ଲହର: IIT ମାଡ୍ରାସ