ଓଡିଶା

odisha

By

Published : May 11, 2021, 5:02 PM IST

ETV Bharat / bharat

ଆଇଭରମେକ୍ଟିନ ବ୍ୟବହାର ଉପରେ ଚେତାବନୀ ଜାରି କଲା WHO

ଗୋଆରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଆଇଭରମେକ୍ଟିନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଗୋଆ ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ ଚେତାବନୀ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢନ୍ତୁ...

Ivermectin ବ୍ୟବହାର ଉପରେ ଚେତାବନୀ ଜାରି କଲା WHO
Ivermectin ବ୍ୟବହାର ଉପରେ ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: କୋରୋନାକୁ କାବୁ କରିବା ପାଇଁ ନିକଟରେ ଏକ ଔଷଧର ବ୍ୟବହାରକୁ ମଞ୍ଜୁରୀ ଦେଇଥିଲେ ଗୋଆ ସରକାର । ରାଜ୍ୟର 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଆଇଭରମେକ୍ଟିନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଗୋଆ ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ ଚେତାବନୀ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ ଏକ ଟ୍ବିଟରେ କହିଛନ୍ତି, କୌଣସି ବି ନୂଆ ରୋଗ ପାଇଁ ବ୍ୟବହୃତ ଔଷଧର ସୁରକ୍ଷା ଜରୁରୀ । WHO କ୍ଲିନିକାଲ ଟ୍ରାଏଲରେ କୋଭିଡର ଚିକିତ୍ସାରେ ଆଇଭରମେକ୍ଟିନର ବ୍ୟବହାର ବିରୋଧରେ ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମେତ ଜର୍ମାନ ହେଲ୍‌ଥ କେୟାର ଆଣ୍ଡ୍‌ ଲାଇଫ ସାଇନ୍ସ ମଧ୍ୟ କୋରୋନା ରୋଗୀଙ୍କୁ ଆଇଭରମେକ୍ଟିନ ବ୍ୟବହାର କରିବାକୁ ବାରଣ କରିସାରିଛି । କମ୍ପାନୀ ଅନୁଯାୟୀ, ପ୍ରି କ୍ଲିନିକାଲ ଯାଞ୍ଚରେ କୋଭିଡ ଚିକିତ୍ସାରେ ଆଇଭରମେକ୍ଟିନର ପ୍ରଭାବ ଦେଖିବାକୁ ମିଳିନାହିଁ ।

ABOUT THE AUTHOR

...view details