ଅମରାବତୀ:ଥମ୍ବ ଇମ୍ପ୍ରେସନ୍ ଆଳରେ ସମ୍ପତ୍ତି ଚୋରି କରି ନେଇଗଲେ ସ୍ବେଚ୍ଛାସେବୀ । ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କାକିନଡା ବ୍ଲକର ଗଙ୍ଗାନପାଲିରେ ଏହି ଘଟଣା ଦେଖିବାକୁ ମିଳିଛି । ତେବେ ଜଣେ ବୃଦ୍ଧ ମହିଳା ମଙ୍ଗାୟାମ (୭୫)ଙ୍କ ଥମ୍ବ ଇମ୍ପ୍ରେସନ୍ ନେଇ ସ୍ବେଚ୍ଛାସେବୀ ଜଣଙ୍କ ସମ୍ପତ୍ତି ଚୋରି କରି ନେଇଛନ୍ତି ।
ସେହିପରି ଗତ ଜାନୁଆରୀ ମାସରେ ରବି କୁମାର ନାମକ ଜଣେ ସ୍ବେଚ୍ଛାସେବୀ ମଙ୍ଗାୟାମଙ୍କୁ ଦେଖା କରିବା ସହ ତାଙ୍କୁ ମିଳୁଥିବା ପେନସନ ରାଶି ବୃଦ୍ଧି ପାଇଛି ବୋଲି କହିଥିଲେ । ଏଥିପାଇଁ ଥମ୍ବ ଇମ୍ପ୍ରେସନ ଦେବାକୁ ପଡିବ ବୋଲି ମଙ୍ଗାୟାମଙ୍କୁ କହିଥିଲେ ରବି କୁମାର । ମାତ୍ର ମଙ୍ଗାୟାମଙ୍କ ଠାରୁ ଥମ୍ବ ଇମ୍ପ୍ରେସନ ନେବା ପରେ ତାଙ୍କର ସବୁ ସମ୍ପତ୍ତି ଚୋରି କରି ନେଇ ଯାଇଥିବା ସେ ପରେ ଜାଣିବାକୁ ପାଇଥିଲେ ।
ସେହିଭଳି ଘଟଣା ସମ୍ପର୍କ ଜାଣିବା ପରେ ମଙ୍ଗାୟାମ ଓ ତାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇଥିଲେ । ଏପଟେ ମହିଳାଙ୍କ ପୁଅ ବିଶ୍ବନାଥମ୍ କହିବା ଅନୁଯାୟୀ, ତାଙ୍କ ପତ୍ନୀ ଏହି ସବୁ ସ୍ବେଚ୍ଛାସେବୀଙ୍କ ଜରିଆରରେ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ବିଶ୍ବନାଥ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବାରୁ ସେ ଅଲଗା ରହୁଛନ୍ତି ।