ଓଡିଶା

odisha

By

Published : Apr 24, 2021, 9:56 PM IST

ETV Bharat / bharat

ଡ୍ୟୁଟି ସମୟରେ ନେଇପାରିବେ ନିଜର ଯତ୍ନ, ଗାଜିଆବାଦ ପୋଲିସ ଶିଖାଇଲେ ଉପାୟ

ଡ୍ୟୁଟି ସହ ନିଜ ଜୀବନ ଉପରେ ମଧ୍ୟ ଧ୍ୟାନ ରଖିଲେ ପୋଲିସ କର୍ମଚାରୀ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆପଣେଇଲେ ଭିନ୍ନ ତରିକା । ଅଧିକ ପଢନ୍ତୁ....

ଡ୍ୟୁଟି ସମୟରେ ନେଇପାରିବେ ନିଜର ଯତ୍ନ, ଗାଜିଆବାଦ ପୋଲିସ ଶିଖାଇଲେ ଉପାୟ
ଡ୍ୟୁଟି ସମୟରେ ନେଇପାରିବେ ନିଜର ଯତ୍ନ, ଗାଜିଆବାଦ ପୋଲିସ ଶିଖାଇଲେ ଉପାୟ

ଲକ୍ଷ୍ନୌ: ବର୍ତ୍ତମାନ କୋରୋନା ଭୟାବହତା ସବୁଠି ଦେଖାଦେଇଛି । ଏପରି ସ୍ଥିତିରେ କୋରୋନା ଯୋଦ୍ଧାଙ୍କ ଜୀବନ ସବୁଠୁ ବେଶି ମୂଲ୍ୟବାନ । ଆଉ ଉତ୍ତର ପ୍ରଦେଶ ଗାଜିଆବାଦର ପୋଲିସ କର୍ମୀ କର୍ତ୍ତବ୍ୟ ସହ ନିଜ ସୁରକ୍ଷା ପାଇଁ ଭିନ୍ନ ଏକ ଉପାୟ ଆପଣେଇଛନ୍ତି ।

ଡ୍ୟୁଟି ସମୟରେ ନେଇପାରିବେ ନିଜର ଯତ୍ନ, ଗାଜିଆବାଦ ପୋଲିସ ଶିଖାଇଲେ ଉପାୟ

ତେବେ ଡ୍ୟୁଟିରେ ଥିବା ସମୟରେ ବାମ୍ଫ ନେବାର ଏକ ନୂଆ ଉପାୟ ଆପଣେଇଛନ୍ତି ପୋଲିସ କର୍ମୀ, ଯାହାକୁ ସାଧାରଣ ଲୋକେ ବେଶ୍ ପ୍ରଶଂସା କରିଛନ୍ତି । ପ୍ରେସର କୁକରର ସିଟିରେ ଏକ ପାଇପକୁ ଯୋଡା ଯାଇଛି, ଯେତେବେଳେ ଏଥିରୁ ସିଟି ବାହାରିବ ଠିକ୍ ସେତେବେଳେ ପ୍ରେସର କୁକରରୁ ବାହାରୁଥିବା ବାଷ୍ପ ସିଧାସଳଖ ପାଇପ ସାହାର୍ଯ୍ୟରେ ଯାଇ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କ ନିକଟରେ ପହଞ୍ଚିବ । କୋରୋନାର ଏହି ମହାମାରୀ ସମୟରେ ଥଣ୍ଡାରୁ ସାମାନ୍ୟ ନିସ୍ତାର ପାଇଁ ବାମ୍ଫ ନିହାତି ଆବଶ୍ୟକ ।

ଗାଜିଆବାଦ ସିହାନୀ ଗେଟ ପୋଲିସ ଏପରି ଭିନ୍ନ ତରିକା ଆପଣେଇଥିବା ଦେଖିବାକୁ ମିଳିଛି । ପୋଲିସ କର୍ମୀଙ୍କ ବାମ୍ଫ ନେବାର ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details