ଓଡିଶା

odisha

By

Published : May 23, 2022, 9:37 PM IST

ETV Bharat / bharat

New LG of Delhi: ବିନୟ କୁମାର ସକ୍ସେନା ଦିଲ୍ଲୀର ନୂଆ ଉପ ରାଜ୍ୟପାଳ

ବିନୟ କୁମାର ସକ୍ସେନା ଦିଲ୍ଲୀର ନୂଆ ଉପ ରାଜ୍ୟପାଳ । ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କଲା ରାଷ୍ଟ୍ରପତି ଭବନ । ଗତ ସପ୍ତାହରେ ପଦରୁ ଇସ୍ତଫା ଦେଇଥିଲେ ଅନିଲ ବୈଜଲ । ଅଧିକ ପଢନ୍ତୁ

ବିନୟ କୁମାର ସକ୍ସେନା ଦିଲ୍ଲୀର ନୂଆ ଉପରାଜ୍ୟପାଳ
ବିନୟ କୁମାର ସକ୍ସେନା ଦିଲ୍ଲୀର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ:ଦିଲ୍ଲୀର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବିନୟ କୁମାର ସକ୍ସେନା । ବିନୟ ବର୍ତ୍ତମାନ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ଥିବାବେଳେ ଏହି ତାଙ୍କୁ ପଦରେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହରେ ଅନିଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ଉପ ରାଜ୍ୟପାଳ ପଦରୁ ଅଚାନକ ଇସ୍ତଫା ଦେଇଥିଲେ ।

ତେବେ ବିନୟଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନିଲ ବୈଜଲଙ୍କ ଇସ୍ତଫା ଗ୍ରହଣ କରିବା ସହ ସକ୍ସେନାଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି ରାଷ୍ଟ୍ରପତି ଭବନ । ଗତ ସପ୍ତାହରେ 5 ବର୍ଷ 4 ମାସର ଦାୟିତ୍ବ ପରେ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ହଠାତ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଅନିଲ ବୈଜଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details