ଓଡିଶା

odisha

By

Published : Sep 8, 2021, 1:58 PM IST

ETV Bharat / bharat

ଚାରିଧାମ ଯାତ୍ରାରେ ପ୍ରତିବନ୍ଧକ ହଟାଇବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ

ଚାରିଧାମ ଯାତ୍ରା ପାଇଁ ଅନୁମତି ଦେବାକୁ ହାଇକୋର୍ଟଙ୍କୁ ଉତ୍ତରାଖଣ୍ଡ ସରକାରଙ୍କ ଅନୁରୋଧ । ଅଧିକ ପଢନ୍ତୁ...

ଚାରିଧାମ ଯାତ୍ରା ଉପରେ ପ୍ରତିବନ୍ଧକ ହଟାଇବାକୁ ହାଇକୋର୍ଟଙ୍କୁ ଅନୁରୋଧ
ଚାରିଧାମ ଯାତ୍ରା ଉପରେ ପ୍ରତିବନ୍ଧକ ହଟାଇବାକୁ ହାଇକୋର୍ଟଙ୍କୁ ଅନୁରୋଧ

ଡେରାଡୁନ: ଚାରିଧାମ ଯାତ୍ରା ପାଇଁ ଅନୁମତି ଦେବାକୁ ଉତ୍ତରାଖଣ୍ଡ ସରକାରଙ୍କ ଅନୁରୋଧ । ଏନେଇ ମଙ୍ଗଳବାର ହାଇକୋର୍ଟଙ୍କ ପାଖରେ ଅନୁରୋଧ କରିଛନ୍ତି ଉତ୍ତରାଖଣ୍ଡ ସରକାର । ପ୍ରଧାନ ବିଚାରପତି ଆର.ଏସ୍ ଚୌହାନ ଏବଂ ଜଷ୍ଟିସ୍ ଆଲୋକ କୁମାର ଭର୍ମାଙ୍କ ଡିଭିଜନ୍ ବେଞ୍ଚରେ ହାଜର ହୋଇ ଆଡଭୋକେଟ୍ ଜେନେରାଲ୍ ଏସ୍.ଏନ୍ ବାବୁଲକର ଏବଂ ମୁଖ୍ୟ ଆଡଭୋକେଟ୍ ଚନ୍ଦ୍ରଶେଖର ରାୱତ କହିଛନ୍ତି ଚାରିଧାମ ଯାତ୍ରା ହଜାର ହଜାର ଲୋକଙ୍କ ଜୀବିକା ସହିତ ଜଡିତ । ତେଣୁ ଚାରିଧାମ ଯାତ୍ରା ଉପରେ ପ୍ରତିବନ୍ଧକ ହଟାଯାଉ ।

ଏନେଇ ହାଇକୋର୍ଟ କହିଛନ୍ତି ଯେ ପର୍ଯ୍ୟନ୍ତ ଏହି ମାମଲା ସୁପ୍ରିମକୋର୍ଟରେ ଅଛି, ସେ ପର୍ଯ୍ୟନ୍ତ ହାଇକୋର୍ଟ ଏହି ସ୍ଥଗିତାଦେଶ ଉଠାଇବାକୁ ବିଚାର କରିପାରିବେ ନାହିଁ । ଏହା ପୂର୍ବରୁ ଚାରିଧାମ ଯାତ୍ରାକୁ ସ୍ଥଗିତ ରଖିବା ନେଇ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଅଭାବ, କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପ୍ରସ୍ତୁତିର ଅଭାବ, ଡାକ୍ତରଙ୍କ ଅଭାବ ଏବଂ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଜୁନ୍ 28ରେ ଜାରି କରିଥିଲେ ହାଇକୋର୍ଟ ।

ଜୁଲାଇରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ସ୍ବତନ୍ତ୍ର ପିଟିସନ ଆବେଦନ କରିଥିଲେ । କେଦାରନାଥ ମନ୍ଦିର ପରିଦର୍ଶନକୁ ଅନ୍ତର୍ଭୁକ୍ତ କରୁଥିବା ଚାରିଧାମ ଯାତ୍ରାରେ ପ୍ରତ୍ୟେକ ବର୍ଷ ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏବଂ ଭକ୍ତଙ୍କୁ ଆକର୍ଷିତ କରିଥାଏ । ଫଳରେ ଧାମରୁ ଅନେକଙ୍କୁ ଜୀବିକା ମିଳି ପାରୁଥିଲା ।

@ANI

ABOUT THE AUTHOR

...view details