ଓଡିଶା

odisha

By

Published : Mar 17, 2022, 6:47 PM IST

ETV Bharat / bharat

Interesting Story: ଉତ୍ତରାଖଣ୍ଡ ବିଜେପି ବିଧାୟକ ପୁଅଙ୍କ ପଂକ୍ଚର ଦୋକାନ, କହିଲେ ପରିଶ୍ରମ କରିବାରେ ଲାଜ କାହିଁକି

ପିଥୋରାଗଡ ଜିଲ୍ଲାର ଗଙ୍ଗୋଲିହାଟ ଆସନରୁ ଭାଜପାର ନବନିର୍ବାଚିତ ବିଧାୟକ ଫକୀର ରାମ ଟମ୍ଟା ଘର ଚଳାଇବା ପାଇଁ ବଢେଇ(carpenter) କାମ କରୁଥିଲେ । କିନ୍ତୁ ରାଜନୀତି ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଆଜି ବିଧାୟକ ଭାବେ ସାଧାରଣ ଜନତାଙ୍କ ସେବା କରିବାକୁ ଯାଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ତାଙ୍କର ଏହି ବିଧାୟକ ହେବା ଖୁସିରେ ତାଙ୍କର ୨ ପୁଅ ନିଜ ବୃତ୍ତିକୁ ଛାଡି ପାରିନାହାଁନ୍ତି । ଯେପରି ଏହି ଖୁସି ତାଙ୍କ କାମ ଉପରେ କିଛି ପ୍ରଭାବ ପକାଇ ପାରିନାହିଁ । ପଢନ୍ତୁ ଏପରି କାହିଁକି ହୋଇଛି

Interesting Story: ଉତ୍ତରାଖଣ୍ଡ ବିଜେପି ବିଧାୟକଙ୍କ ପୁଅଙ୍କ ପଂକ୍ଚର ଦୋକାନ, କହିଲେ ପରିଶ୍ରମ କରିବାରେ ଲାଜ କାହିଁକି
Interesting Story: ଉତ୍ତରାଖଣ୍ଡ ବିଜେପି ବିଧାୟକଙ୍କ ପୁଅଙ୍କ ପଂକ୍ଚର ଦୋକାନ, କହିଲେ ପରିଶ୍ରମ କରିବାରେ ଲାଜ କାହିଁକି

ଡେରାଡୁନ: ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ବିଭିନ୍ନ ପ୍ରସଙ୍ଗ କାରଣରୁ ଚର୍ଚ୍ଚାର ପରିସରକୁ ଆସିପାରିଛି । ବିଜେପି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ପୁନରାବୃତ୍ତି ହେବ ନାହିଁ ବୋଲି ଭ୍ରମକୁ ଦୂର କରିଛି । ତେବେ କିଛି ଏମିତି ପ୍ରାର୍ଥୀ ବିଧାୟକ ହୋଇଛନ୍ତି, ଯେଉଁମାନେ ପ୍ରଥମ ଥର ବିଧାନସଭା ଗୃହକୁ ପ୍ରବେଶ କରିବେ । ସେହିପରି ଅନ୍ୟ ପକ୍ଷରେ ବିଧାୟକ ହେବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯିବା ସହ ସମ୍ପର୍କୀୟମାନେ ମଧ୍ୟ ନିଜକୁ ବିଧାୟକ ଠାରୁ କିଛି କମ୍ ମାନୁ ନାହାଁନ୍ତି । କିନ୍ତୁ ପିଥୋରାଗଡ ଜିଲ୍ଲାର ଗଙ୍ଗୋଲିହାଟ ଆସନରୁ ଭାଜପାର ନିର୍ବାଚନୀ ଚିହ୍ନରେ ପ୍ରଥମ ଥର ବିଧାୟକ ହୋଇଥିବା ଫକୀର ରାମ ଟମ୍ଟା ନିଜ ସାଦାସିଧା ଜୀବନଶୈଳୀ ପାଇଁ ଅଞ୍ଚଳରେ ବେଶ୍ ଜଣାଶୁଣା ।

Interesting Story: ଉତ୍ତରାଖଣ୍ଡ ବିଜେପି ବିଧାୟକଙ୍କ ପୁଅଙ୍କ ପଂକ୍ଚର ଦୋକାନ, କହିଲେ ପରିଶ୍ରମ କରିବାରେ ଲାଜ କାହିଁକି

ପିଥୋରାଗଡ ଜିଲ୍ଲାର ଗଙ୍ଗୋଲିହାଟ ଆସନରୁ ଭାଜପାର ନବନିର୍ବାଚିତ ବିଧାୟକ ଫକୀର ରାମ ଟମ୍ଟା ଘର ଚଳାଇବା ପାଇଁ ବଢେଇ(carpenter) କାମ କରୁଥିଲେ । କିନ୍ତୁ ରାଜନୀତି ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଆଜି ବିଧାୟକ ଭାବେ ସାଧାରଣ ଜନତାଙ୍କ ସେବା କରିବାକୁ ଯାଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ତାଙ୍କର ଏହି ବିଧାୟକ ହେବା ଖୁସିରେ ତାଙ୍କର ୨ ପୁଅ ନିଜ ବୃତ୍ତିକୁ ଛାଡି ପାରିନାହାଁନ୍ତି । ଯେପରି ଏହି ଖୁସି ତାଙ୍କ କାମ ଉପରେ କିଛି ପ୍ରଭାବ ପକାଇ ପାରିନାହିଁ ।

ପଂକ୍ଚର କରାଉଛି ବଡ ପୁଅ:

ଫକୀର ରାମ ଟମ୍ଟାଙ୍କ ୨ ପୁଅ । ବଡ ପୁଅ ଜଗଦୀଶ ଟମ୍ଟା ହଲଦ୍ବାନୀର ଦମୁଆନ୍ଦୁଗା(ଚୌପାଲ) ରାସ୍ତା କଡରେ ଗାଡି ପଂକଚର ପକାଇବା କାମ କରିଥାଆନ୍ତି । ସେ ହଲଦ୍ବାନୀରେ ଗତ ୧୨ ବର୍ଷ ହେଲା ରହି ଆସୁଛନ୍ତି । ବାପା ବିଧାୟକ ହେବା ପରେ ମଧ୍ୟ ଜଗଦୀଶ କିଛି ନ ଭାବି ଦୋକାନକୁ ଆସି ଭଳି କି ଭଳି ଗାଡିର ପଂକଚର ଠିକ୍ କରନ୍ତି । କେବଳ ଏତିକି ନୁହେଁ, ଗାଡି ଚକରେ ପ୍ରେସର ମଧ୍ୟ ଭରନ୍ତି । ସେ ଦୋକାନକୁ ଜଣେ ବିଧାୟକଙ୍କ ପୁଅ ନ ହୋଇ ଜଣେ ଗାଡି ମେକାନିକ୍ ଭାବେ ଆସିଥାଆନ୍ତି । ସ୍ଥାନୀୟ ଲୋକଙ୍କ ସହ ଖୁବ୍ ଭଲଭାବେ ମିଳାମିଶା କରନ୍ତି ମଧ୍ୟ । ତାଙ୍କ ସାଧାସିଧା ଜୀବନଶୈଳୀ ଦେଖିଲେ କେହି ହେଲେ ଅନୁମାନ କରିପାରିବେନି ଯେ, ସେ ଜଣେ ବିଧାୟକଙ୍କ ପୁଅ । ଜଗଦୀଶ ଇଟିଭି ଭାରତକୁ କହିଥିଲେ ଯେ, 'ବାପାଙ୍କ ବିଧାୟକ ହେବା ଖବରରେ ମୁଁ ବହୁତ ଖୁସି । ତାଙ୍କର ୨ ପୁଅ କୁହନ୍ତି ଯେ, ନିଜ ବୃତ୍ତି କରିବାରେ କଣ ପାଇଁ ଲାଜ କରିବୁ । ବହୁତ ବର୍ଷ ହେଲା ଗାଡି ପଂମ୍ପଚର କାମ କରିଆସୁଛି । ଆଗକୁ କରୁଥିବି ମଧ୍ୟ । ମୋ ମତରେ ଯେଉଁ କାମରେ ନିଜକୁ ଖୁସି ମିଳେ, ସେ କାମ ଗର୍ବରେ କରିବା କଥା, ଲାଜ ମାଡିବା ବା ସମ୍ମାନହାନି ହେବା ପ୍ରଶ୍ନ ଉଠୁନାହିଁ । କାମ କଲେ ତ ହିଁ ଘରେ ଚୁଲି ଜଳିବ' ।

ସାନପୁଅ ବଢେଇ:

ଫକୀର ରାମ ଟମ୍ଟାଙ୍କ ସାନ ପୁଅ ବୀରେନ୍ଦ୍ର ରାମ ଟମ୍ଟା କୁହନ୍ତି ଯେ, 'ମୁଁ ମୋ ବାପାଙ୍କ ପଥ ଅନୁସରଣ କରି ବଢେଇ କାମ କରୁଛି । ଏହି କାମ କରି ମୁଁ ମୋ ପରିବାର ପ୍ରତିପୋଷଣ କରୁଛି । ଏହି ବଢେଇ କାମ ମୁଁ ମୋ ବାପାଙ୍କୁ ଠାରୁ ହିଁ ଶିଖିଛି । ସେ ଆଜି ବିଧାୟକ । ଏଥିପାଇଁ ଆମେ ବହୁତ ଖୁସି । ମୁଁ ଗର୍ବିତ ଯେ, ମୁଁ ଜଣେ ବିଧାୟକର ପୁଅ । କିନ୍ତୁ ଏଥିପାଇଁ ଯେ, ମୁଁ ମୋ ବୃତ୍ତି ଛାଡି ଦେବି ତାହା ନୁହେଁ । ଏହି କାମ ମୁଁ ବଡ ଖୁସିରେ କରେ । ଏଥିରେ କୌଣସି ପ୍ରକାର ସମ୍ମାନହାନି ହେବ ବୋଲି ମୁଁ ଭାବୁ ନାହିଁ ।'

ABOUT THE AUTHOR

...view details