ଓଡିଶା

odisha

By

Published : Jul 11, 2021, 3:22 PM IST

ETV Bharat / bharat

ଲକ୍ଷ୍ନୌ କାକୋରିରୁ 2 ଆତଙ୍କବାଦୀ ଗିରଫ, ୟୁପି ATSର ସର୍ଚ୍ଚ ଅପରେସନ ଜାରି

ୟୁପି ରାଜଧାନୀ ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଦୁଇ ଅଲକାଏଦା ଆତଙ୍କବାଦୀଙ୍କୁ ଗିରଫ କଲା ୟୁପି ଏଟିଏସ। ସେମାନଙ୍କଠାରୁ ଏକ ସ୍ବୟଂଚାଳିତ ଅସ୍ତ୍ର ମିଳିବା ସହ ଘଟଣାସ୍ଥଳରୁ ଏକ ପ୍ରେସର ବୋମା ଏବଂ 6-7 କିଲୋଗ୍ରାମର ବିସ୍ଫୋରକ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଲକ୍ଷ୍ନୌ କାକୋରିରୁ 2 ଆତଙ୍କବାଦୀ ଗିରଫ, ୟୁପି ATS ର ସର୍ଚ୍ଚ ଅପରେସନ ଜାରି
ଲକ୍ଷ୍ନୌ କାକୋରିରୁ 2 ଆତଙ୍କବାଦୀ ଗିରଫ, ୟୁପି ATS ର ସର୍ଚ୍ଚ ଅପରେସନ ଜାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏଟିଏସକୁ ମିଳିଲା ବଡ଼ ସଫଳତା । ରାଜଧାନୀ ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଦୁଇ ଅଲକାଏଦା ଆତଙ୍କବାଦୀଙ୍କୁ ଗିରଫ କଲା ୟୁପି ଏଟିଏସ। ସେମାନଙ୍କଠାରୁ ଏକ ସ୍ବୟଂଚାଳିତ ଅସ୍ତ୍ର ମିଳିବା ସହ ଘଟଣାସ୍ଥଳରୁ ଏକ ପ୍ରେସର ବୋମା ଏବଂ 6-7 କିଲୋଗ୍ରାମର ବିସ୍ଫୋରକ ଜବତ ଉଦ୍ଧାର କରାଯାଇଛି । ଏନେଇ ୟୁପି ଏଟିଏସର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

କୁହାଯାଉଛି ଯେ, ସେମାନଙ୍କର ଆତଙ୍କବାଦୀ ସମ୍ପର୍କ ଅଛି ଏବଂ ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଘଟଣା ସହିତ ମଧ୍ୟ ଲିଙ୍କ୍ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details