ଓଡିଶା

odisha

By

Published : Aug 12, 2021, 2:47 PM IST

ETV Bharat / bharat

ପରିଶ୍ରମକୁ ସମ୍ମାନ; ୧୫୨ ପୋଲିସ ଅଧିକାରୀ ପାଇବେ ଗୃହମନ୍ତ୍ରୀ ପୋଲିସ ପଦକ

ବଢିବ ଦେଶର ପୋଲିସ ବଳଙ୍କ ମନୋବଳ । ସେବା ଦକ୍ଷତାକୁ ମିଳିବ ସ୍ବୀକୃତି । ପରିଶ୍ରମ, ନିଷ୍ଠାକୁ ମିଳିବ ମୂଲ୍ୟ । ସମ୍ମାନିତ ହେବେ ଦେଶର ୧୫୨ ଜଣ ପୋଲିସ ଅଧିକାରୀ । ସ୍ବାଧିନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷଣା ହୋଇଛି ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ଦକ୍ଷତା ପାଇଁ ପୁରସ୍କାର । ଅଧିକ ପଢନ୍ତୁ...

ପରିଶ୍ରମକୁ ସମ୍ମାନ
ପରିଶ୍ରମକୁ ସମ୍ମାନ

ନୂଆଦିଲ୍ଲୀ: ବଢିବ ଦେଶର ପୋଲିସ ବଳଙ୍କ ମନୋବଳ । ସେବା ଦକ୍ଷତାକୁ ମିଳିବ ସ୍ବୀକୃତି । ପରିଶ୍ରମ ଓ ନିଷ୍ଠାକୁ ମିଳିବ ମୂଲ୍ୟ । ସମ୍ମାନିତ ହେବେ ଦେଶର ୧୫୨ ଜଣ ପୋଲିସ ଅଧିକାରୀ । ସ୍ବାଧିନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷଣା ହୋଇଛି ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ଦକ୍ଷତା ପାଇଁ ପୁରସ୍କାର ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଘୋଷଣା ଅନୁସାରେ, ଚଳିତ ବର୍ଷ ଦେଶର ୧୫୨ ଜଣ ପୋଲିସ ଅଧିକାରୀଙ୍କୁ ତଦନ୍ତରେ ଉତ୍କର୍ଷ ଦକ୍ଷତା ପାଇଁ ମିଳିବ ପୁରସ୍କାର । ଏହି ପୋଲିସ ପଦକ ବର୍ଷ ୨୦୧୮ରେ ପ୍ରାରମ୍ଭ କରାଯାଇଥିଲା । ଯାହା କୌଣସି ଅପରାଧିକ ମାମଲାର ତଦନ୍ତରେ ସଫଳତା ପରେ ପୋଲିସ ଅଧିକାରୀଙ୍କ ମନୋବଳ ବଢାଇବା ପାଇଁ ଆରମ୍ଭ ହୋଇଥିଲା ।

ଯାହା ଚଳିତ ବର୍ଷ ଦେଶର ୧୫୨ ପୋଲିସ ଅଧିକାରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ, ପୁରସ୍କାର ପାଇବାକୁ ଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇର ୧୫ ଅଧିକାରୀ ଥିବାବେଳେ, ଅବଶିଷ୍ଟ ରାଜ୍ୟ ପୋଲିସ ଅଧିକାରୀ ଅଛନ୍ତି । ସର୍ବାଧିକ ଅଧିରକାରୀ ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରୁ ୧୧ ଜଣ ଲେଖାଏଁ ଥିବାବେଳେ, ୟୁପିରୁ ୧୦ ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ, ତାମିଲନାଡୁରୁ ୮, ବିହାରରୁ ୭, ଗୁଜୁରାଟ କର୍ଣ୍ଣାଟକରୁ ଓ ଦିଲ୍ଲୀରୁ ୬ ଜଣ ଲେଖାଏଁ ଓ ଆମ ରାଜ୍ୟ ଓଡିଶାରୁ ମଧ୍ୟ ୪ ଜଣ ସାମିଲ ଅଛନ୍ତି ।

ଆଉ ସବୁଠାରୁ ବଡ କଥା ହେଉଛି ତାଳିକାରେ ୨୮ ଜଣ ମହିଳା ପୋଲିସ ଅଧିକାରୀ ମଧ୍ୟ ଅଛନ୍ତି । ଯାହା ଏକ ବଡ ଉପଲବ୍ଧି । ଆମ ରାଜ୍ୟ ଓଡିଶାରୁ ଥିବା ଅଧିକାରୀ ମାନେ ହେଲେ ଇନିସପେକ୍ଟର ଦେବେନ୍ଦ୍ର ମଲ୍ଲିକ, ଦେବେନ୍ଦ୍ର ବିଶ୍ବାଳ, ସବ-ଇନିସପେକ୍ଟର ତୃପ୍ତ ରଞ୍ଜନ ନାୟକ, ଓ ସବ-ଇନିସପେକ୍ଟର ଶ୍ରୀକାନ୍ତ ସାହୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details