ଓଡିଶା

odisha

By

Published : Sep 10, 2022, 2:56 PM IST

ETV Bharat / bharat

ୟାକୁବ ମେମନ କବରସ୍ଥଳୀ ବିବାଦ, ଟ୍ରଷ୍ଟିଙ୍କୁ ଧମକାଇଥିଲା ଅଣ୍ଡରୱାର୍ଲ୍ଡ ଡନ୍‌

ୟାକୁବ ମେମନ କବରସ୍ଥଳୀ ବିବାଦ ମାମଲା । ବଡା କବରସ୍ଥାନର ଟ୍ରଷ୍ଟିଙ୍କୁ ଧମକାଇ ଥିଲା ୟାକୁବର ଭାଇ ଅଣ୍ଡରୱାର୍ଲ୍ଡ ଡନ ଟାଇଗର ମେମନ । ଅଧିକ ପଢନ୍ତୁ

ୟାକୁବ ମେମନ କବରସ୍ଥଳୀ ବିବାଦ, ବଡା କବରସ୍ଥାନର ଟ୍ରଷ୍ଟିଙ୍କୁ ଧମକାଇ ଥିଲା ଅଣ୍ଡରୱାର୍ଲ୍ଡ ଡନ
ୟାକୁବ ମେମନ କବରସ୍ଥଳୀ ବିବାଦ, ବଡା କବରସ୍ଥାନର ଟ୍ରଷ୍ଟିଙ୍କୁ ଧମକାଇ ଥିଲା ଅଣ୍ଡରୱାର୍ଲ୍ଡ ଡନ

ମୁମ୍ବାଇ: ୧୯୯୩ ମସିହା ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ମେମନର(Yakub Memon) କବରସ୍ଥଳୀ ସୌନ୍ଦର୍ଯ୍ୟକରଣ ନେଇ ରାଜନୈତିକ ବିବାଦ ଲାଗି ରହିଛି । ଏହି ବିବାଦ ଏବେ ନୂଆ ମୋଡ ନେଇଛି । ବଡା କବରସ୍ଥାନ(Bada Kabarstan) ଟ୍ରଷ୍ଟିର ପୂର୍ବତନ ସଦସ୍ୟ ଥାନାରେ ଅଭିଯୋଗ କରିଛନ୍ତି ଯେ, ୟାକୁବ ମେମନ ଭାଇ ଟାଇଗର ମେମନ ଯିଏକି ଅଣ୍ଡରୱାର୍ଲ୍ଡ ଡନ ଦ୍ରାଉଦ ଇବ୍ରାହିମର ସହଯୋଗୀ ଅଟେ ସେ ତାଙ୍କୁ ପୂର୍ବରୁ ଅନେକ ଥର ଧମକ ଦେଇଥିଲା ।

୨୦୨୧ ମସିହାରେ ଟାଇଗର ମେମନ ଏହି କବରସ୍ଥଳୀ କିଣିବାକୁ ତାଙ୍କୁ ଧମକ ଦେଇଥିବା କବରସ୍ଥାନର ଦୁଇ ଜଣ ପୂର୍ବତନ ଟ୍ରଷ୍ଟି ପୋଲିସକୁ ଜଣାଇଛନ୍ତି । ଏନେଇ ସେମାନେ ଥାନାରେ ଏତଲା ଦାୟର କରିଛନ୍ତି । ପୂର୍ବତନ ଟ୍ରଷ୍ଟ ଜଲିଲ୍ ନାଭରନଙ୍କ କହିବା ଅନୁସାରେ, ୨୦୨୧ରେ ତାଙ୍କୁ ଟାଇଗର ମେମନ ପକ୍ଷରୁ ଧମକ ମିଳିଥିଲା । ଏପରିକି ତାଙ୍କ ଟ୍ରଷ୍ଟର ବାହାର କରିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ତାହା ହିଁ ଘଟିଥିଲା । ଏହି ଦୁଇ ଜଣ ସଦସ୍ୟ ଟ୍ରଷ୍ଟରୁ ବାହାରି ଥିଲେ ।

ଅନ୍ୟ ଜଣେ ପୂର୍ବତନ ଟ୍ରଷ୍ଟ କହିଛନ୍ତି, "ମେମନ ପରିବାରର ୟାକୁବ ମେମନଙ୍କ କବରର ସୌନ୍ଦର୍ଯ୍ୟକରଣ କରିବାକୁ ଚାହୁଁଥିଲେ । ସେଥିପାଇଁ ସେମାନେ ଅନ୍ୟ ତିନୋଟି କବରସ୍ଥଳୀ କିଣିବାକୁ ଚାହୁଁଥିଲେ । ଏହାପରେ ପାକିସ୍ତାନରେ ରହୁଥିବା ୟାକୁବ ମେମନର ଭାଇ ଟାଇଗର ମେମନ ତାଙ୍କୁ ଧମକାଇବା ଆରମ୍ଭ କରିଥିଲେ । ହେଲେ ଦୁଇ ଟ୍ରଷ୍ଟ ତାଙ୍କ ପରିବାରର ଦାବି ମାନ ନଥିଲେ ।"

ABOUT THE AUTHOR

...view details