ଓଡିଶା

odisha

Vaccination Drive: ଦେଶରେ 195 କୋଟି ପାର କଲା ଟୀକାକରଣ

By

Published : Jun 12, 2022, 9:05 AM IST

ଦେଶରେ ଜାରି ରହିଥିବା କୋଭିଡ(Covid-19 Vaccine) ଟୀକାକରଣ ଡ୍ରାଇଭରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଭାରତରେ ସଂକ୍ରମଣ ପୁଣି କାୟା ବିସ୍ତାର କରୁଥିବାରୁ ଟୀକାକରଣକୁ ଜୋରାଦାର କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶର 195 କୋଟି ଟୀକାକରଣ ପାର କରିଛି । ଅଧିକ ପଢନ୍ତୁ

Vaccination Drive: ଦେଶରେ 195 କୋଟି ପାର କଲା ଟୀକାକରଣ
Vaccination Drive: ଦେଶରେ 195 କୋଟି ପାର କଲା ଟୀକାକରଣ

ନୂଆଦିଲ୍ଲୀ:ଦେଶରେ ଜାରି ରହିଥିବା କୋଭିଡ(Covid-19 Vaccine) ଟୀକାକରଣ ଡ୍ରାଇଭରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଭାରତରେ ସଂକ୍ରମଣ ପୁଣି କାୟା ବିସ୍ତାର କରୁଥିବାରୁ ଟୀକାକରଣକୁ ଜୋରାଦାର କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶର 195 କୋଟି ଟୀକାକରଣ ପାର କରିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । 18 ରୁ 59 ବର୍ଷରେ ଥିବା ବ୍ୟକ୍ତିଙ୍କୁ ଦିନକରେ 1,36,969 ଟିକା ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ 32,97,046 ଟିକା ଦିଆଯାଇଛି । 12-14 ବର୍ଷର ପିଲାମାନଙ୍କୁ 3.51 କୋଟିରୁ ଅଧିକ ପ୍ରଥମ ଡୋଜ ଟିକାକରଣ କରାଯାଇଥିବା ବେଳେ15-18 ବର୍ଷର କିଶୋର କିଶୋରୀଙ୍କୁ 5.98 କୋଟିରୁ ଅଧିକ ଟିକା ଦିଆଯାଇଛି ।

ମହାମାରୀକୁ ପ୍ରତିହତ କରିବା ପାଇଁ 2021 ଜାନୁଆରୀ 16 ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ (COVID-19 Vaccine) । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ବରିଷ୍ଠ ନାଗରିକମାନେ ଟିକା ନେଇଥିଲେ ।

ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଅପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର ।

ABOUT THE AUTHOR

...view details