ଓଡିଶା

odisha

By

Published : May 19, 2021, 9:11 AM IST

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ରାଜ୍ୟରେ ଦିନକରେ 11099 ନୂଆ ଆକ୍ରାନ୍ତ ଚିହ୍ନଟ, ପୁଣି ଖୋର୍ଦ୍ଧାରୁ ସର୍ବାଧିକ

ଗତ 24 ଘଣ୍ଟା ମଧ୍ୟରେ ନୂଆ 11 ହଜାର 99ଟି ପଜିଟିଭ ମାମଲା ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1406 ଜଣ ସଂକ୍ରମିତ ।

2.ଆଜି ଗୁଜୁରାଟ ଯିବେ ପ୍ରଧାନମନ୍ତ୍ରୀ

ବାତ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତିର ସମୀକ୍ଷା ପାଇଁ ପାଇଁ ଆଜି (ବୁଧବାର) ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3.ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଜଣେ ଗିରଫ

ମହାରାଷ୍ଟ୍ର ଥାନେରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଜବତ ସାମଗ୍ରୀ ମଧ୍ୟରେ 12 ହଜାର ଜିଲୋଟିନ୍ ଷ୍ଟିକ ଓ 3008 ଡିଟୋନେଟର ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ।

4.କୋରୋନାରେ ଉତ୍ତରପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପଙ୍କ ମୃତ୍ୟୁ

କୋରୋନାରେ ଆଖି ବୁଜିଲେ ଉତ୍ତରପ୍ରଦେଶ ରାଜସ୍ବ ମନ୍ତ୍ରୀ ବିଜୟ କଶ୍ୟପ ।

5.ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟକା, ଦେବାଳିଆ ଯାଚିକା ହେଲା ଖାରଜ

ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ପୁଣି ଲାଗିଲା ବଡ ଝଟକା । ଦେବାଳିଆ ଯାଚିକା ମାମଲାରେ ବ୍ରିଟେନ ହାଇକୋର୍ଟରୁ ମାଲ୍ୟାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।

6.ଲକଡାଉନରେ ଟ୍ରାନ୍ସଜେଣ୍ଡରଙ୍କୁ ସହଯୋଗର ହାତ ବଢାଇଲା SUJOG

ରାଜ୍ୟରେ ଲକଡାଉନ ଯୋଗୁଁ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଏବେ ବିପଦରେ ପଡିଛି । ଏଭଳି ଦୁଃଖଦ ସ୍ଥିତିରେ ଟ୍ରାନ୍ସଜେଣ୍ଡରଙ୍କୁ ସହଯୋଗ ପାଇଁ ହାତ ବଢାଇଛି SUJOG ।

7.କେନ୍ଦ୍ରାପଡା ଜିଲ୍ଲାରେ ୭ ହଜାର ଟିକା ନେଲେ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକ

ମଙ୍ଗଳବାର ଦିନ ଜିଲ୍ଲାରେ ମୋଟ ୭ ହଜାର ଲୋକଙ୍କୁ ଟୀକାକରଣ କରାଯାଇଛି।

8.ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ମହିଳା କ୍ରିକେଟ ଟିମ୍

ଭାରତୀୟ ମହିଳା ଟିମ ଶେଷ ଥର ପାଇଁ ବର୍ଷ 2006 ରେ ମିତାଲି ରାଜଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଆଡିଲେଡରେ ଖେଳାଯାଇଥିବା ୱାନ-ଅଫ ଟେଷ୍ଟରେ ଗୋଟିଏ ଇଂନିସ ଓ 4 ରନରେ ହାରିଥିଲା ଭାରତ ।

9.ଅନ୍ତର୍ଜାତୀୟ କ୍ରିକେଟକୁ ଆଉ ଫେରିବେନି ଡିଭିଲିୟର୍ସ

ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପରେ ଖେଳିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ସମସ୍ତ ଚର୍ଚ୍ଚାର ଶେଷ ଘଟିଛି । ଅନ୍ତର୍ଜାତୀୟ କ୍ରିକେଟକୁ ଡିଭିଲିୟର୍ସ ଆଉ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

10.ଆଜି ଆସିବ ‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର

ବହୁପ୍ରତିକ୍ଷାର ଅନ୍ତ ଘଟାଇ ଆଜି ରିଲିଜ ହେବାକୁ ଯାଉଛି ‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର । ଗତ ଜାନୁଆରୀ ମାସରେ ଏହାର ଟିଜର ଆସିଥିବାବେଳେ ଜୁନରେ ଆସିବ ସିରିଜ ।

ABOUT THE AUTHOR

...view details